Breaking News

ବେଆଇନ୍ ଖଣି ଖନନକୁ ବନ୍ଦ୍ କଲେ ଗ୍ରାମବାସୀ


ଜଟଣୀ : -ଜଟଣୀ ତହସିଲ ଅନ୍ତର୍ଭୁକ୍ତ ଉତ୍ତର ମୁଣ୍ଡମୁହାଁଣ ମୌଜାର ଯାଆଁଳା ଗ୍ରାମ ଶ୍ମସାନକୁ ଲାଗିରହିଥିବା ସରକାରି ଜମିରୁ  ବେଆଇନ ଭାବେ ମୋରମ ଖଣି ଚାଲୁଥିଲା । ଏକ ମାସ ପାଖାପାଖି ସ୍ଥାନୀୟ ଅଞ୍ଚଳର କିଛି କୁଜିନେତା  ବିଳମ୍ବିତ ରାତ୍ରିରେ ଜେସିପି ଲଗାଇ ଶହଶହ ଟ୍ରିପ୍ ମୋରମ ବଡବଡ ହାଇୱା ଟ୍ରକ୍ ରେ ଚାଲାଣ କରୁଥିଲେ । ଏହାକୁ ଗ୍ରାମବାସୀ ମାନେ ବିରୋଧ କରିଆସୁଥିଲେ l ଉକ୍ତ ବେଆଇନ୍ କାରବାର ବାବଦରେ ସ୍ଥାନୀୟ ଆରଆଇ ଓ ପୁଲିସକୁ ଅବଗତ କଲାପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଉକ୍ତ ମାଫିଆଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା l ଗ୍ରାମବାସୀଙ୍କ ପକ୍ଷରୁ କହିବା ଅନୁସାରେ ଉକ୍ତ କାର୍ଯ୍ୟରେ ସରପଞ୍ଚଙ୍କ ସ୍ବାମୀ, ଚାକିରୀ ଛାଡି ଆସି ପଞ୍ଚାୟତ ରାଜନୀତି କରୁଥିବା କେତେକ ବ୍ୟକ୍ତି ଲିପ୍ତ ରହିବା ସହିତ ଗ୍ରାମବାସୀ ବିରୁଦ୍ଧ କଲେ ଧମକଚମକ ଦିଅନ୍ତି l ରାତି ସାରା ମୋରମ ଚୋରା ଚାଲାଣ ହେଉଥିବା ଯୋଗୁଁ ରାସ୍ତା ଘାଟ ଖାଲ ଖମା ହୋଇ ଘରଦ୍ଵାର ଧୂଳି ଧୂସର ଓ ବିକଟାଳ ମେସିନ ଶବ୍ଦ ଯୋଗୁଁ ସମସ୍ତେ ଅତିଷ୍ଠ ହୋଇ ପଡିଥିଲେ l ଉକ୍ତ ସରକାରି ଜମି ଗୁଡ଼ିକ ୨୦ ଫୁଟରୁ ଅଧିକ ଗଭିର ହୋଇ ପଡିବା ଫଳରେ ଚରାବୁଲା କରୁଥିବା ଗୋରୁଗାଈ ମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଗତ ରାତିରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଓଡ଼ି ୦୨ଏଏ୭୫୬୮ ନମ୍ବର ବିଶିଷ୍ଟ ଏକ  ହାଇୱା ଟ୍ରକ୍ ଏବଂ ଜେସିବି ମେସିନ ଜବତ କରି ଇନଫୋଭ୍ୟାଲି ଥାନା ପୁଲିସର ଜିମା ଦେଇଥିବା ଜଣାପଡିଛି l ଏପରିକି ଉକ୍ତ ବେଆଇନ୍ କାର୍ଯ୍ୟର ପୁନରାବୃତ୍ତି ନହୁଏ ସେଥିପାଇଁ ଶତାଧିକ ଗ୍ରାମବାସୀଙ୍କ ପକ୍ଷରୁ ଦସ୍ତଖତ କରାଯାଇ ଲିଖିତ ଭାବେ ଜିଲ୍ଲାପାଳ, ତହସିଲଦାର ଓ ଇନଫୋଭ୍ୟାଲି ଥାନାକୁ ପ୍ରଦାନ କରାଯାଇଥିବା ଜଣାପଡିଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୫/୨୦୨୪----୯,୪୫ Sakhigopal News,29/5/2024

Blog Archive

Popular Posts