ଭଞ୍ଜନଗର ରୁ ଭେଜିପୁଟ ଠାକୁରାଣୀ ଯାତ୍ରା ଆରମ୍ଭ
ଭଞ୍ଜନଗର ---- ଭେଜିପୁଟ ଗ୍ରାମରେ ମା’ ବ୍ରାହ୍ମଣ ଦେବୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଯାତ୍ରା ଅାବାହନ କାଳରୁ ପୂଜା ପାଇ ଆସୁଥିବାରୁ କେଭିଡ୍ ଯୋଗୁଁ ବନ୍ଦରହିଥିଲା ।ମା ଠାକୁରାଣୀଙ୍କ ଆଗମନକୁ ନେଇ ବଡଦାଣ୍ଡ ଠାରେ ରୀତିନୀତି ଅନୁସାରେ ମା’ଙ୍କର ଅସ୍ଥାୟୀ ମଣ୍ଡପ ପ୍ରତିଷ୍ଠା କରାଯାଇଛି । ମା’ବ୍ରାହ୍ମଣଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ଓ ଚଣ୍ଡୀ ପାଠ କରାଯିବା ସହ ହୋମ ଯଜ୍ଞ ଅନୁଷ୍ଠିତ କରାଯାଇଥିଲା।ସନ୍ଧ୍ୟା ୭ଟା ସମୟରେ ମନ୍ଦିରରୁ ବାଜା,ଘଣ୍ଟ, ଘଣ୍ଟା, ଢୋଲ, ବାଣ ସହ ବିରାଟ ପଟୁଆରରେ ମା ଠାକୁରାଣୀଙ୍କୁଆମନ୍ତଣ କରାଯିବା ପରେ ମନ୍ଧିରରୁ ବାହାରି ବିଭିନ୍ନ ସାହି ପରିକ୍ରମା କରି ମଧ୍ୟ ରାତ୍ରରେ ଅସ୍ଥାୟୀ ମଣ୍ଡପରେ ବିଜେ କରିଥିଲେ। ଚଳିତ ବର୍ଷ ମେ ମାସ ୧୭ତାରିଖରୁ ଆରମ୍ଭ ହୋଇ ଜୁନ ୯ତାରିଖରେ ଶେଷ ହେବ ବୋଲି ମା ଠାକୁରାଣୀ ପୂଜା କମିଟି ସଭାପତି ବିଶ୍ବନାଥ ସ୍ବାଇଁ କହିଛନ୍ତି। ୨୦ତାରିଖରେ ନିର୍ବାଚନକୁ ଦୃଷ୍ଟିରେ ରଖି ଯାତ୍ରା କାର୍ଯ୍ୟକ୍ରମରେ କିଛିଟା ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୨ତାରିଖ ଠାରୁ ମା’ଙ୍କର ନଗର ଭ୍ରମଣ, ମନୋରଞ୍ଜନ କାର୍ଯ୍ୟକ୍ରମଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସ୍ୱାଭାବିକ ଭାବରେ ଆରମ୍ଭ ହେବ। ଭେଜିପୁଟ ଗ୍ରାମବାସୀଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ବିଶ୍ୱନାଥ ସ୍ୱାଇଁ, ଉପସଭାପତି ରାମଚନ୍ଦ୍ର ସ୍ୱାଇଁ, ସମ୍ପାଦକ ଚିଦାନନ୍ଦ ସ୍ୱାଇଁ, ସହ ସମ୍ପାଦକ ସୁନୀଲ କୁମାର ବିଷୋୟୀ,ଯୁବକ ଗୋଷ୍ଠି ଉପସ୍ଥିତ ଥିବା ବେଳେ ଗ୍ରାମବାସୀ ପୁଲିସ ପ୍ରସାଶନ ସହଯୋଗ କରିଥିଲେ।ଦୀର୍ଘ ବର୍ଷ ପରେ ମା’ ଙ୍କର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଗ୍ରାମବାସୀଙ୍କ ମନରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୫/୨୦୨୪-----୧୧,୪୦ Sakhigopal News,19/5/2024