Breaking News

ଦୁଗଲ ଗ୍ରାମ ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ମାରାଥନ ପ୍ରଚାର ଘରକୁ ଘର ବୁଲି ପ୍ରଚାର ସାଙ୍ଗକୁ କର୍ମୀ ବୈଠକ





 ସାକ୍ଷୀଗୋପାଳ ----  ସତ୍ୟବାଦୀରେ ବିଜେଡି ଦଳ ନିର୍ବାଚନ ପ୍ରଚାରକୁ ଯୋରସୋର କରିଛି ।  ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଭୋଟ ପ୍ରଚାର ପରେ ରାତିରେ କର୍ମୀ ବୈଠକ ଶ୍ରୀ ବର୍ମା କରୁଛନ୍ତି । ଦିନେ ସତ୍ୟବାଦୀ ବ୍ଳକରେ ପ୍ରଚାର ଓ କର୍ମୀ ବୈଠକ କରୁଥିବା ବେଳେ ତା ପରଦିନ କଣାସ ବ୍ଳକରେ କରୁଥିବାର ଜଣାପଡିଛି ।  ଏବେ ଦଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛଶଡି ବିଜେଡିରେ ଯୋଗ ଦେଉଥିବାର ଦେଖାଯାଉଛି ।  ସେହିପରି ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନେତାଙ୍କ ଠାରୁ କର୍ମୀ ମାନେ ସେତିକି ଚଳଚଞ୍ଚଳ ହୋଇଯାଇଛନ୍ତି ।  ଏହି ଅବସରରେ ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ପ୍ରକାଶ ଖଟୋଇ, ବର୍ତ୍ତମାନର ସରପଞ୍ଚଙ୍କ ପ୍ରତିନିଧି କାଳୁ ଜରଣ କାଣ୍ଡିଙ୍କ ସହିତ ପଞ୍ଚାୟତର ବିଜେଡି ସଭାପତି କୈଳାସ ଚନ୍ଦ୍ର ଜେନା, ବିକ୍ରମ ଜେନା, ପ୍ରଭାକର ମିଶ୍ର, ସମତିସଭ୍ୟାଙ୍କ ପ୍ରତିନିଧି ଯୋଗେନ୍ଦ୍ର ଖଟୋଇ, ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ ଓ ପ୍ରଭାକର ମିଶ୍ରଙ୍କ ସହିତ ଶତାଧଥିକ ମହିଳା ଯୁବକ ମାନେ ବାଜା ଓ ବାଣ ଫୁଟାଇ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କୁ ଫୁଲମାଳ ଦେଇ ଗ୍ରାମ ମୁଣ୍ଡରେ ସ୍ୱାଗତ କରିବା ସହ ଦୁଆକୁ ଦୁଆର ବୁଲି ବା ସହ ଏକ ମଟର ସାଇକେଲ ଶୋଭାଯାତ୍ରାରେ  ପଞ୍ଚାୟତ ପରିକ୍ରମା କରିଥିଲେ । ପ୍ରଥମେ ଏହି ଶୋଭାଯାତ୍ରା ବ୍ଳକ ପରିସରରୁ ବାହାରି ଅଠେଇଶ ଗ୍ରାମରେ ପୁଜିତ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିର୍ବାଦ ନେଇ ଶ୍ରୀ ବର୍ମା ଅଠେଇଶ, ଦୁଗଲ, ପଞ୍ଚକେରା, ବୀରଗୋବନ୍ଦପୁର, ଅନ୍ତରପନ୍ତର, ବୁଡିମରା, ବଡୌାଟ, ଉତ୍ତରମାଳସାହି, ମାଣିକ ମାଳସାହି, ଦକ୍ଷିଣ ମାଳସାହି ଓ ଦାଣ୍ଡସାହି ଗ୍ରାମରେ ବିଜେଡି ତାର ପ୍ରଚାର କରିଥିବାର ଦେଖାଯାଇଥିଲା । ପ୍ରଚାର ସମୟରେ ଗ୍ରାମ ମାନଙ୍କରେ ଶ୍ରୀ ବର୍ମାଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଇବା ଦେଖାଯାଇଛି । ଏପରିକି ଖରାକୁ ଖାତିରିନ କରିଯୁବକ  ଓ ମହିଳା ମାନେ  ଚାଲି ଚାଲି ଭୋଟ ପ୍ରଚାର କରୁଥିବାର ଦେଖାଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୫/୨୦୨୪----୬,୧୫    Sakhigopal News, 14/5/2024

Popular Posts