ପାନୀୟ ଜଳ ସମସ୍ୟା ନେଇ ଗ୍ରାମ ବାସୀଙ୍କ ପକ୍ଷରୁ ଖଣ୍ଡପଡା ବ୍ଲକ ଅଫିସ ସମ୍ମୁଖରେ ଧାରଣା
ନୟାଗଡ --- ମିଳୁନି ପାନୀୟ ଜଳ। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି କୌଣସି ସୁଫଳ ନପାଇବା ପରେ ଖଣ୍ଡପଡ଼ା ବ୍ଲକ ଅଧୀନ ୬ଟି ଗ୍ରାମର ଜନସାଧାରଣ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିବା ଜଣାଯାଇିଛି । ଖଣ୍ଡପଡ଼ା ବ୍ଲକ ଅଧୀନ ସିଧାମୂଳା ପଞ୍ଚାୟତର ଘୋଡ଼ାମାରିଦ୍ଵାର, କନାସିଂ ମୁଣ୍ଡିଆ ସାହି , ବଡ଼ବାଣପୁର, ପଞ୍ଚାୟତ ଅଧୀନ ଭ୍ରମରବର ପ୍ରସାଦ ,ସିମିଳୀସାହି, ସିଂହାପଡ଼ା ପଞ୍ଚାୟତ ଅଧୀନ ବରଗଣ୍ଡ ନୂଆସାହି, ସମେତ ଗଡିଆସାହି ପଞ୍ଚାୟତ ଅଧୀନ ସାଧୁଆପଲି ଗ୍ରାମର ବାସିନ୍ଦା ମାନେ ପାନୀୟ ଜଳ ବୁନ୍ଦେ ସଂଗ୍ରହ ନିମନ୍ତେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉପରୋକ୍ତ ସମସ୍ତ ଗ୍ରାମର ୨୦୦ରୁ ଉର୍ଦ୍ଧ ଜନସାଧାରଣ ବ୍ଲକ କାର୍ଯ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ । ଭାରତୀୟ ବିକାଶ ପରିସଦ ରାଜ୍ୟ ଉପସଭାପତି ନିରଞ୍ଜନ ଦାସଙ୍କ ନେତୃତୋରେ ଗ୍ରାମବାସୀ ମାନେ ଧାରଣା ଦେଇଥିଲେ । ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଧାରଣା ସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ବୁଝାସୁଝା କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେବା ସହ ଗୁରୁବାର ଠାରୁ ଉକ୍ତ ଗ୍ରାମ ଗୁଡ଼ିକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣା ରୁ ଓହରି ଥିବା ଜଣାଯାଇଛି । ଯଦି ଏହି ସମସ୍ୟା ଦିଗରେ ପଦେକ୍ଷପ ନିଆ ନ ଯାଏ ପୂର୍ଣ୍ଣ ବାର ଭାରତୀୟ ବିକାଶ ପରିଷଦ ପକ୍ଷରୁ ଧାରଣାରେ ବସିବା ପାଇଁ ରାଜ୍ୟ ଉପସଭାପତି ନିରଞ୍ଜନ ଦାସ କହଛନ୍ତି।
ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୮/୫/୨୦୨୪----୯,୪୫ Sakhigopal News,8/5/2024