ଜନସାଧାରଣଙ୍କ ସେବାରେ ଆସୁନି "ଗ୍ରୀଷ୍ମ କାଳୀନ ଆଶ୍ରୟ ସ୍ଥଳୀ
ଜଟଣୀ : - ଇଏ ହେଉଛି ଜଟଣୀ ପୌରପାଳିକା ପକ୍ଷରୁ ଖରାକୁ ନଜର କରି ଲୋକମାନଙ୍କ ବଦଳରେ ମଟର ସାଇକେଲ ଆଶ୍ରୟସ୍ଥଳୀ କରାଯାଇଛି। ଏଥିପାଇଁ ପୌର ପରିଷଦ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି । ଏହା ଆମେ କରୁନାହୁଁ । ଏହି ଫଟୋ ଦେଖିଲା ପରେ ଯାହା ଜଣାପଡ଼ିଲା ଆମେ ତାହା କହିଲୁ । ନିଦାଘ ଖରାରେ ଜନସାଧାରଣ ତଥା ଜୀବଜନ୍ତୁ ଆଉଟୁପାଉଟୁ ହେଉଛନ୍ତି । ଚାତକ ପରି ଅନାଇଛନ୍ତି ବର୍ଷାକୁ । ଏହି ପରିପ୍ରେକ୍ଷୀରେ ଚଳିତ ଗ୍ରୀଷ୍ମକାଳୀନ ଡହଡହ ଖରାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଯେଉଁ ମହତ୍ ଉଦ୍ଦେଶ୍ୟ ରଖି ବିଭିନ୍ନ ଛକ ମାନଙ୍କରେ ଗ୍ରୀଷ୍ମ କାଳୀନ ଆଶ୍ରୟସ୍ଥଳୀ ସ୍ଥାପନ କରାଇଛନ୍ତି ତାହା ଏବେ ପ୍ରହସନରେ ପରିଣତ ହୋଇଥିବା ସାଧାରଣରେ ଆଲୋଚନା ହେଉଛି l ଉକ୍ତ କେନ୍ଦ୍ର ମାନଙ୍କରେ ନା ଉତ୍ତମ ପାନୀୟଜଳର ବ୍ୟବସ୍ଥା କରାଯାଇଛି ନା ଥକ୍କା ମେଣ୍ଟାଇବା ପାଇଁ ବସିପଡିବା ପାଇଁ ଚୌକିର ବ୍ୟବସ୍ଥା କରାଯାଇଛି, ବିଶେଷ କରି ନିହାତି ଜରୁରୀ କାଳୀନ ସେବା ପାଇଁ (ସନଷ୍ଟ୍ରୋକ) ଆକ୍ରାନ୍ତଙ୍କ ପାଇଁ ଏକ ଖଟର ବ୍ୟବସ୍ଥା ମଧ୍ୟ କରାଯାଇନଥିବା ଦେଖିବାକୁ ମିଳିଛି l ଆଶ୍ଚର୍ଯ୍ୟାନ୍ବିତ ଭାବେ ସେହିସବୁ କେନ୍ଦ୍ର ଗୁଡିକ ବର୍ତ୍ତମାନ ପରିପ୍ରେକ୍ଷୀରେ ଗାଡ଼ି ଷ୍ଟାଣ୍ଡରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି l ବର୍ତ୍ତମାନ କ୍ଷେତ୍ରରେ ନିର୍ବାଚନ ପରିଚାଳନା ପାଇଁ ପୌର ନିର୍ବାହୀ ଅଧିକାରୀ ଏବଂ ପୌରାଧକ୍ଷ ବ୍ୟସ୍ତତାର ଆଳ ଦେଖାଇ ନିଜର ଦାୟିତ୍ଵ ହୀନତାର ପରିପ୍ରକାଶ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଖରାରେ ଆକ୍ରାନ୍ତ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସ୍ଥାନୀୟ ନିର୍ବାହୀ ଅଧିକାରୀ ଏବଂ ପୌରାଧକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଜୀବନ ସହ ଖେଳ ନ ଖେଳିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୫/୨୦୨୪---୧୨,୪୫ Sakhigopal News,21/5/2024