Breaking News

ବରଗଡ ଜ଼ିଲ୍ଲା ସମାଜ ସେବୀ ସଂଘ ପକ୍ଷରୁ ନିର୍ମଳା ଭୋଜନର ବ୍ୟବସ୍ଥା


ବରଗଡ଼ --- ବରଗଡ ଜ଼ିଲ୍ଲା ସମାଜ ସେବୀ ସଂଘ, ତରଫରୁ ବରଗଡ ପୁରୁଣା ଡାକ୍ତର ଖାନା କୁ ଆସୁଥିବା ରୋଗୀ ଓ ସହଯୋଗୀ ମାନଙ୍କ ପାଇଁ ନିର୍ମଳା ଭୋଜନ ର ବ୍ୟବସ୍ଥା କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସମାଜ ସେବୀ ସଂଘର ମାର୍ଗଦର୍ଶକ ଶ୍ୟାମ ସୁନ୍ଦର ଅଗ୍ରୱାଲ ଶୁଭାରମ୍ଭ କରିଥିଲେ । ଜ଼ିଲ୍ଲା ସମାଜ ସେବୀ ସଂଘ ର ଉପଦେଷ୍ଟା ତଥା ଏମ ଇ ସ୍କୁଲ ର ଚେୟାରମ୍ୟାନ ଯଶବର ସିଂ ସଉନି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମାରୱାଡି ଯୁବ ମଞ୍ଚ ସଭାପତି ଆସିଷେକ ଗୋଲପୁରିଆ, ଅଟୋ ଚାଳକ ସଂଘ ତରଫରୁ ସାରଥୀ ମେହେର ଏବଂ ଜ଼ିଲ୍ଲା ସମାଜ ସେବୀ ସଂଘ ର ସଭାପତି ବଳିଷ୍ଠ ଦୁର୍ଗା ଓ ସଂଘ ର ସକ୍ରିୟ ସଦସ୍ୟ ଉଦୟ ଦାଦା, ଚଉବର୍ଗ ଭାଇ,ସୁରଜ ସିଂ, କୀର୍ତି ଭାଇ, ସରୋଜ ଭାଇ, ଅନିଲ ଭାଇ, ନାରାୟଣ ଭାଇ, ମୁକେଶ ଭାଇ, ମିଳନ ଭାଇ,ଚନ୍ଦନ ଭାଇ ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରିଶେଷରେ ଏହି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିବାରୁ ଜ଼ିଲ୍ଲା ସମାଜ ସେବୀ ସଂଘ, ବରଗଡ ତରଫରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୫/୨୦୨୪---୮,୪୫ Sakhigopal News,6/5/2024

Popular Posts