ସତ୍ୟବାଦୀ ବ୍ଳକରେ ମାଟ୍ରିକ ପରୀକ୍ଷାରେ ଟପର ହେଲେ ରିୟୁ ରଥ
ସାକ୍ଷୀଗୋପାଳ,---- ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପିଲାମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଥିଲା । ସତ୍ୟବାଦୀ ବ୍ଳକରେ ଥିବା ୨୫ ଗୋଟି ସରକାରୀ ଓ ବେସରକାରୀ ହାଇସ୍କୁଲରେ ଏ ବର୍ଷ ପ୍ରାୟ ୯୮ଶତକଡା ପାସହାର ହୋଇଥିବା ଜଣାପଡିଛି । ସେହିପରି ସତ୍ୟବାଦୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରିୟୁ ରଥ ୬ଶହ ମାର୍କରୁ ୫୬୫ ନମ୍ବର ରଖି ସତ୍ୟବାଦୀ ବ୍ଳକରେ ଟପର ହୋଇଥିବା ଜଣାପଡିଛି । ତାଙ୍କ ଘର ବୀରରାମଚନ୍ଦ୍ରପୁର ଶାସନ ଗ୍ରାମରେ । ବାପାଙ୍କ ନାମ ଜ୍ଞାନ ରଞ୍ଜନ ରଥ ମାତା ସୁଜାତା ରଥ । ମାତ୍ର ତାଙ୍କର ଏହି ସଫଳତା ପଛରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ରିୟୁଙ୍କ ଜେଜେ ବାପା ତଥା ଅବସରପ୍ରାପ୍ତ ପ୍ରଫେସର ବୃନ୍ଧାବନ ଚନ୍ଦ୍ର ରଥଙ୍କ ପ୍ରେରଣା ବୋଲି ରିୟୁ କହିଛନ୍ତି । ଏହି ସଫଳତା ପାଇଁ ଦିନକୁ ସେ ପ୍ରାୟ ୧୮ ଘଣ୍ଟା ପରିଶ୍ରମ କରିଥାନ୍ତି ବୋଲି କହନ୍ତି । ଆଗକୁ ସେ ଡାକ୍ତରୀ ହୋଇ ରୋଗୀ ସେବା କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିଛି ବୋଲି କହନ୍ତି । ଏହି ସଫଳତା ପାଇବା ପରେ ବିଭିନ୍ନ ଶିକ୍ଷକ ଶିକ୍ଷୟତ୍ରୀ ଓ ଗୁରୁଜନ ମାନଙ୍କ ପକ୍ଷରୁ ଅଭିନନ୍ଦନ ବାର୍ତ୍ତା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୫/୨୦୨୪---୮,୧୫ Sakhigopal News, 26/5/2024