ଟ୍ରକ୍ ଚାପାରେ ଶ୍ରମିକଙ୍କ ମୃତ୍ୟୁ, ଡିପୋ ସମ୍ମୁଖରେ ଲୋକଙ୍କ ଧାରଣା; ଆଇଓସିଏଲ ନିର୍ଦ୍ଦେଶକଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ
ଜଟଣୀ : -ଜଟଣୀ କୁଶମାଟି ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼(ଆଇଓସିଏଲ) ପକ୍ଷରୁ ହେଉଥିବା ଡିପୋ ପରିସରରେ ପରିଚାଳନା ଗତ ତ୍ରୁଟି ଯୋଗୁଁ ବାରମ୍ଵାର ଅବହେଳା ଜନିତ ଯୋଗୁ ଅନେକ୍ ସମୟରେ ଦୁର୍ଘଟଣା ଓ ଧନଜୀବନ ନଷ୍ଟ ହେଉଛି । ଏହାସତ୍ତ୍ୱେ ଏଠାରେ ଦାୟିତ୍ଵରେ ରହୁଥିବା ଅଧିକାରୀମାନଙ୍କ ଦାୟିତ୍ଵ ହୀନତା ହାଟରେ ପଡି ଦାଣ୍ଡରେ ଗଡୁଛି l ଏପରି ଦାୟିତ୍ବ ହୀନତା ଯୋଗୁଁ ସୋମବାର ସକାଳୁ ସକାଳୁ ସ୍ଥାନୀୟ କୁଶମାଟି ଗ୍ରାମର ବିପିନ ବିହାରୀ ପରିଡା (୪୦) ନାମକ ଜଣେ ଶ୍ରମିକଙ୍କ ଉପରେ ଟ୍ରକ ଚଡିଯିବାରୁ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ରାତି ଡ୍ୟୁଟି କରୁଥିଲେ, ସକାଳୁ ଡ୍ୟୁଟି ସରିବା ପରେ ପାଣି ଆଣିବାକୁ ସେହି ଡିପୋ ମଧ୍ୟରେ ଯାଉଥିବା ବେଳେ ଉକ୍ତ ସମୟରେ ଓଡ଼ି ୦୨ଏବି ୧୬୨୩ ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ ଭିତରକୁ ପ୍ରବେଶ କରି ଆଗ ପଛ ହେଉଥିବା ବେଳେ ଦୁର୍ଭାଗ୍ୟ ବଶତଃ ବିପିନଙ୍କ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା l ତେବେ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେବାକୁ କୌଣସି ସୁବିଧା ଉପଲବ୍ଧ ନଥିବାରୁ ଜଣେ ସମ୍ପର୍କିୟଙ୍କ ଗାଡିରେ ତାଙ୍କୁ ହସ୍ପିଟାଲ କୁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଷତି ପୂରଣ ବାବଦରେ ପରିବାର ଲୋକଙ୍କ ସହ ବିଜେଡି ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ପୂର୍ବତନ ସରପଞ୍ଚ ସୁନୀଲ କୁମାର ରାଉତରାୟ, ସରପଞ୍ଚ ସୁଵାସିନୀ ବିଶ୍ଵାଳ, ନାଏବ ସରପଞ୍ଚ ବାସନ୍ତୀ ସାହୁ, ସମିତି ସଭ୍ୟ ସତ୍ୟଭାମା ରାଉତରାୟ ଙ୍କ ସମେତ ବହୁ ଅଞ୍ଚଳ ବାସୀ ଡିପୋ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ବସିଥିବା ଦେଖିବାକୁ ମିଳିଥିଲା I ତେବେ ଡିପୋର ମ୍ୟାନେଜର ଙ୍କ ଦୀର୍ଘ ଘଣ୍ଟା ଧରି ଦେଖିବାକୁ ନମିଳିବାରୁ ଲୋକମାନଙ୍କ ମଧ୍ୟରେ ତିକ୍ତତା ପ୍ରକାଶ ପାଇଥିଲା l ଘଟଣା ବାବଦରେ ଅବଗତ ହେବା ପରେ ପୁଲିସ ଡିପୋ ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନିୟନ୍ତ୍ରଣ ଆଣିଥିଲେ l ତେବେ ଅନ୍ୟ ଏକ ଅର୍ଥରେ ଭାରତ ସରକାରଙ୍କ ଏତେବଡ଼ ସଂସ୍ଥାରେ ଶ୍ରମିକ ତଥା ଶହଶହ ସଂଖ୍ୟାରେ ଏଠାକୁ ଆସୁଥିବା ଟ୍ରକ୍ ଚାଳକ ମାନଙ୍କ ପାଇଁ କୌଣସି ମୌଳିକ ସୁବିଧା, ଆମ୍ବୁଲାନ୍ସ ଗାଡିର ସୁବିଧା ଆଦି ନାହିଁ l ଶ୍ରମିକ ସଂଗଠନ ନାମରେ ଡରାଇ ଧମକାଇ ବଟି ଆଦାୟ, ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ଯସ୍ତ ହୋଇ ପଡିଥିବାବେଳେ ରୀତିମତ ଭାବେ ଟ୍ରକ୍ ମାନଙ୍କରୁ ବିଭିନ୍ନ ଉପାୟରେ ତେଲ ଚୋରି ହେଉଥିବା ଅଞ୍ଚଳବାସୀ କହିଛନ୍ତି l ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଆଇଓସିଏଲର ନିର୍ଦ୍ଦେଶକ ଦିନେ ହେଲେ କୌଣସି ମୌଳିକ ସୁବିଧା ଅସୁବିଧା ସମ୍ପର୍କରେ ସମୀକ୍ଷା କରିନଥିବାକୁ ନେଇ ତାଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି ଗ୍ରାମବାସୀ l ଉଲ୍ଲେଖ ଯୋଗ୍ୟ ଯେ ଅନୁରୂପ ଭାବେ ଚଳିତ ମାସ ୩ ତାରିଖରେ ସ୍ଥାନୀୟ ରଥୀପୁର ଗ୍ରାମର ନବ ଜେନା ନାମକ ଜଣେ ଶ୍ରମିକଙ୍କର ଅନିଚ୍ଛା ସତ୍ତ୍ୱେ ତାଙ୍କୁ କର୍ତ୍ତୁପକ୍ଷ ଗଛରେ ଚଢାଇ ଗଛ ଡାଳ କଟାଉଥିବା ବେଳେ ଗଛ ଉପରୁ ପଡି ଗୁରୁତର ହେବା ପରେ ତାଙ୍କର ଜୀବନ ଚାଲିଯାଇଥିଲା l ଯାହାକୁ ନେଇ ପରିବାର ଲୋକେ ଶବ ରଖି ଡିପୋ ସମ୍ମୁଖରେ କ୍ଷତି ପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବେ ପୁଣି ସେହି ଶ୍ରମିକଙ୍କ ମୃତ୍ୟୁ କୁ ନେଇ ଅଶାନ୍ତି ଲାଗି ରହିଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୫/୨୦୨୪-----୨,୪୫ Sakhigopal News,27/5/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୫/୨୦୨୪-----୨,୪୫ Sakhigopal News,27/5/2024