Breaking News

ଗଂଜେଇ ଧରିବାକୁ ଯାଇଥିବା ବାଲିଗୁଡା ପୋଲିସ ଉପରେ ଗଂଜେଇ ମାଫିଆ ଙ୍କ ଆକ୍ରମଣ

 କନ୍ଧମାଳ ---- ଗଂଜେଇ ଜବତ କରିବାକୁ ଯାଇଥିବା ସମୟରେ ବାଲିଗୁଡା ପୋଲିସ ଉପରେ ଗଂଜେଇ ମାଫିଆ ଙ୍କ ଆକ୍ରମଣ ଓ ଧମକ  ମିଳିଛି l ବାଲିଗୁଡା ଥାନା ମିଡ଼ିଆକିଆ ପଞ୍ଚାୟତ ର ବୋରିକିଆ ଗାଁ ଜଙ୍ଗଲ ରେ ଗଂଜେଇ ଚୋରା ଚାଲାଣ ନେଇ ବାଲିଗୁଡା ପୋଲିସ କୁ ସୂଚନା ମିଳିଥିଲା l ବିପୁଳ ପରିମାଣ ର ଗଞ୍ଚାଜେଇ ଚାଲାଣ ନେଇ ପୋଲିସ କୁ ଖବର ମିଳିବା ପରେ ବାଲିଗୁଡା ପୋଲିସ ର ଦୁଇଟି ଟିମ ବୋରିକିଆ ଗାଁ ଜଙ୍ଗଲ ରେ ଚଢ଼ାଉ କରିଥିଲା l ଗଞ୍ଜେଇ ଜବତ ପରେ ବାଲିଗୁଡା ଏସଡ଼ିପିଓ ଙ୍କ ନେତୃତ୍ୱ ରେ ଯାଇଥିବା ପୋଲିସ ଟିମ ଉପରେ ଗଞ୍ଜେଇ ମାଫିଆ ଆକ୍ରମଣ କରିଥିଲେ l ଜବତ ଗଞ୍ଜେଇ କୁ ଅଟକାଇଥିଲେ ମଧ୍ୟ ବୋରିକିଆ ଗ୍ରାମ ର ଗଞ୍ଜେଇ ମାଫିଆ l 
ପୋଲିସ କୁ ଆକ୍ରମଣ ଘଟଣା ର ଭିଡ଼ିଓ ଫୁଟେଜ ଆଧାର ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୮/୫/୨୦୨୪---୫,୩୫ Sakhigopal News,8/5/2024

Blog Archive

Popular Posts