ସୁର ,ବିଭୁତି ଏକାଠି କଲେ ମୁଠି ଅନୁକୂଳ
ଜଟଣୀ :
ଜଟଣୀ ବିଜେଡି ବିଧାୟକ ପ୍ରାର୍ଥୀ ବିଭୁତି ବଳବନ୍ତରାୟ ଓ ନିକଟରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ଜଟଣୀ ବିଧାୟକ ସୁର ରାଉତରାୟ ଏକାଠି ହଳ କରିବା ସହ ଧାନ ବୁଣି ଅଖିମୁଠି ଅନୁକୂଳ କରିଛନ୍ତି|ସୁର ବିଭୁତି ଏକାଠି ହୋଇ ଅଖିମୁଠି ଅନୁକୂଳ କରିବାକୁ ନେଇ ଜଟଣୀ ବିଜେଡି କର୍ମୀ ମାନେ ଏବେ ବେଶ ଉତ୍ସାହିତ ଅଛନ୍ତି |
ସୂଚନା ଅନୁଯାୟୀ ଜଟଣୀ ନିର୍ବାଚନ ମଣ୍ଡଳୀ ପଧାନସାହି ପଞ୍ଚାୟତର କଣ୍ଟିଲୋ ଠାରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୁର ,ବିଭୁତି ଏକାଠି ହୋଇ ଅଖିମୁଠି ଅନୁକୂଳ କରିଛନ୍ତି |ବଳଦ ହଳ ଲଙ୍ଗଳକୁ ନେଇ ଧାନ ଜମିରେ ଚାଷୀ ମାନଙ୍କ ସହ ବିହନ ବୁଣିବା ସହ ଉଭୟ ସୁର ଓ ବିଭୁତି ଚାଷୀର ଉତ୍ତୋରତର ଉନ୍ନତି କାମନା କରିବା ସହ ଏ ବର୍ଷ ଭଲ ଫସଲ ଅମଳ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି |ତେବେ ସୁର ରାଉତରାୟ ଅକ୍ଷୀ ମୁଠି ଅନୁକୂଳ ପରେ ନିଜ ସାନ ପୁଅ ତଥା ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ବିଧାୟକ ପ୍ରାର୍ଥୀ ବିଭୁତି ବଳବନ୍ତରାୟଙ୍କ ପାଇଁ ଭୋଟ ମାଗିଛନ୍ତି | ଜଜଅନ୍ୟପଟେ ବିଭୁତି କହିଛନ୍ତି ସୁର ମୋ ଗୁରୁ, ଆମେ ଏକାଠି ହେବା ପରେ ଜଟଣୀରେ ଏକପାଖିଆ ଭାବରେ ନିର୍ବାଚନ ହେବାକୁ ଯାଉଛି |ବିଜୁ ଜନତା ଦଳର ପ୍ରାର୍ଥୀ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବେ |ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପଧାନସାହି ଗ୍ରାମ ପଞ୍ଚାୟତର ସରପଞ୍ଚ ଅନାମ ସେନାପତି, ପୂର୍ବତନ ସରପଞ୍ଚ ଅନିଲ ପାଇକରାୟ,ବିଜେଡି ନେତା କାଳୁ ଭଟ୍ଟ, ଗଦାଧର ସାହୁ, ଲିଟୁ ପଟ୍ଟନାୟକ, ସଞ୍ଜୟ ପାଇକରାୟ, ଦିଲୀପ ବଡ଼ଜେନା,ନରେନ୍ଦ୍ର ପ୍ରଧାନ,ତ୍ରିଲୋଚନ ପ୍ରଧାନ, ସୁରେଶ ଗଜେନ୍ଦ୍ର ପ୍ରମୁଖ ବିଜେଡି ନେତା ମାନେ ଉପସ୍ଥିତ ଥିଲେ |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୫/୨୦୨୪----୧୧,୪୫ , Sakhigopal News,11/5/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୫/୨୦୨୪----୧୧,୪୫ , Sakhigopal News,11/5/2024