ବିଜେଡିର ୱାର୍ଡ ଅନୁଯାୟୀ କମିଟି ଗଠନ ସହିତ କର୍ମୀ ବୈଠକ
ସାକ୍ଷୀଗୋପାଳ---- ବିଜେଡି ଦଳ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଏବେ ପ୍ରଚାରକୁ ଯୋରସୋର କରିଛି । ଏପରିକି ପ୍ରତି ଘରେ ବିଜେଡି ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟବଳୀ ପହଞ୍ଚାଇବା ସହ ମିଛୁଆ ଦଳ ଦେଉଥିବା ପ୍ରତିଶ୍ରୁତି ଠାରୁ ଦୂରେଇ ରହିବା ପାଇଁ ସାଧାରଣ ଭୋଟର ମାନଙ୍କୁ ସଚେତନତା କରାଯାଉଛି । ସାକ୍ଷୀଗୋପାଳରେ ଦିନକୁ ଦିନ ବିଜେଡି ଦଳ ପ୍ରତି ଜନସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ବିଜୁ ଜନତା ଦଳ କର୍ମୀ ବା ଆଗ ଧାଡିର ନେତା ମାନେ ଏବେ ଅଣ୍ଟାଭିଡି ଆଗେଇ ଆସିଥିବାର ଦେଖାଯାଇଛି । ଏପରିକି ନିଜ ନିଜ ଭିତରେ ଥିବା ମନମାଳିନକୁ ପଛରେ ପକାଇ ଗୋଟିଏ କଥା ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ନିସ୍ପତି ନେଇଛନ୍ତି । ଏହି ଅବସରରେ ପେଣ୍ଠପଡାଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଅନୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପେଣ୍ଠପଡା ଗ୍ରାମ ପଞ୍ଚାତର ସରପଞ୍ଚ ଚିନ୍ମୟ ରାଉତ, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ମହାପାତ୍ର, ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରହଲ୍ଲାଦ ଘଟୁଆରୀଙ୍କ ସହିତ ସୁରେନ୍ଦ୍ର ସାହୁ, ସଂଗ୍ରାମ ପ୍ରଧାନ, ସୁଶାନ୍ତ ଭୋଳ, ଧଡିଆ ବେହେରା, ରାକେଶ ଗୌଡଙ୍କ ସହିତ ରାମଚନ୍ଦ୍ର ମହାନ୍ତି ଓ ଦେବଦତ୍ତ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଆଲେଚନାରେ ଅଂଶଗ୍ରହଣ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୪----୫,୨୦ Sakhigopal News, 7/5/2024