Breaking News

ବିଜେଡ଼ି ଶୋଭାଯାତ୍ରାରେ ପୈାରାଧ୍ୟକ୍ଷଙ୍କୁ ଆକ୍ରମଣ ,ଥାନାରେ ଅଭିଯୋଗ


ଜଟଣୀ : 

ବିଜେଡ଼ି ଶୋଭାଯାତ୍ରାରେ ଜଟଣୀ ପୈାର ପରିଷଦର ଅଧ୍ୟକ୍ଷ ଅନନ୍ତ ବେହେରାଙ୍କୁ ଆକ୍ରମଣ ହୋଇଛି । ୫ ରୁ ଅଧିକ ଯୁବକ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ନେଇ ସେ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ବୁଧବାର ସନ୍ଧ୍ୟାରେ ଜଟଣୀ ସୀତାରାମ ଛକରେ  ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନୀ ଶୋଭାଯାତ୍ରା ଚାଲିଥିଲା । ସେହି ସମୟରେ ସ୍ଥାନୀୟ କୁମାରଖାତିଆ ଅଞ୍ଚଳର ସଙ୍କେତ ପାଟ୍ଟଶାଣୀ, ମାଧବ ପାଟ୍ଟଶାଣୀ, ଲିପୁନ ପାଟ୍ଟଶାଣୀ ଓ ତାଙ୍କର ସହଯୋଗୀମାନେ ଖଣ୍ଡା ଧରି ହଠାତ୍ ଶୋଭାଯାତ୍ରାରେ ଧସେଇ ପଶିଥିଲେ । ପୈାରାଧ୍ୟକ୍ଷ ଅନନ୍ତଙ୍କୁ ଜାତିଆଣ ଆକ୍ଷେପ କରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହିତ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲେ । ଅନନ୍ତ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବାକୁ ସେଠାରୁ ପ୍ରାଣ ବିକଳରେ ଦୈାଡ଼ି ପଳାଇଥିଲେ । ଶୋଭାଯାତ୍ରା ସରିବା ପରେ ଅନନ୍ତ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେ ପ୍ରାଥମିକ ଚିକିତ୍ସା କରାଇବା ପରେ ଲିଖିତ ଅଭିଯୋଗ କରିଛନ୍ତି । ଅନନ୍ତଙ୍କୁ କହିବା ମୁତଵକ ଆକ୍ରମଣକାରୀ ମାନେ ନିକଟରେ ଜାତୀୟ କଂଗ୍ରେସ ଦଳରୁ ଆସି ମନ୍ମଥ ରାଉତରାୟଙ୍କ ସହିତ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡ଼ି ଶୋଭାଯାତ୍ରାରେ ବିଜୁ ଜନତା ଦଳର ପୈାରାଧ୍ୟକ୍ଷଙ୍କୁ ଆକ୍ରମଣ ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଜଟଣୀ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଆକ୍ରମଣକାରୀ ମଧ୍ୟରୁ କାହାରିକୁ ଗିରଫ କରା ଯାଇନଥିଲା | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୫/୨୦୨୪----୯,୪୫ Sakhigopal News,8/5/2024

Blog Archive

Popular Posts