ଶ୍ୟାମ ସେବା ସମିତି ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ରକ୍ତ ଦାନ ଶିବିର, ୩୩ୟୁନିଟ୍ ରକ୍ତ ସଂଗୃହୀତ
ବରଗଡ଼ ----
ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରକ୍ତ ଭଣ୍ଡାରରେ ରକ୍ତର ସଙ୍କଟକୁ ଆଖି ଆଗରେ ରଖି ବରଗଡ଼ ସହର ଭଟଲି ଛକ ନିକଟସ୍ଥ ଭି ଡି ପାଲେସ ଠାରେ ଶ୍ରୀ ଶ୍ୟାମ ସେବା ସମିତି, ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ସୁଦୂର କଲିକତା ରୁ ଆସିଥିବା ସଞ୍ଜୟ ସିକ୍ସାରିଆ, ଅଜୟ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିଲେ।ଏହି ଶିବିର ରୁ ୩୩ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ସଭାପତି ମୁକେଶ ଅଗ୍ରୱାଲ, ସମ୍ପାଦକ ଘାସିରାମ ରେଖାନି, ସଞ୍ଜୀବ ଡାଲମିଆ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ଜିତୁ ମହାପାତ୍ର, ସଚ୍ଚୀ ପଣ୍ଡା ସଭାପତି ରକ୍ଷ ପାଲ ସାହୁ ,ସମ୍ପାଦକ ଲୋକନାଥ ସାହୁ, ସଙ୍କେତ ଆଠଘରା, ମହିଳା ଶାଖା ମୁଖ୍ୟ ତ୍ରିପୁରା ସୁହୁଳା ପ୍ରମୁଖ ଶିବିର କୁ ସୁପରିଚାଳନା କରିଥିଲେ। ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଶ୍ରୀ ଶ୍ୟାମ ସେବା ସମିତି, ବରଗଡ଼ ର କାର୍ଯ୍ୟକର୍ତ୍ତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୫/୨୦୨୪----୬,୪୫ Sakhigopal News,28/5/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୫/୨୦୨୪----୬,୪୫ Sakhigopal News,28/5/2024