ପୌରପରିଷଦର ମନମୁଖୀ କାର୍ଯ୍ୟକୁ ନେଇ ଜନ ଅଶୋନ୍ତୋଷ ସେବାରେ ଲାଗୁନି ସେସ ପୁଲ ଗାଡ଼ି
ଜଟଣୀ ---ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ସ୍ଵଚ୍ଛ ଭାରତ୍ ଅଭିଯାନ ଠାରୁ ଆରମ୍ଭ କରି ଅନେକ ଜନହିତକର ଯୋଜନା ମାନ ପ୍ରଣୟନ କରାଯାଇଛି । ଜଟଣୀ ପୌରପାଳିକା ମାଧ୍ୟମରେ ସେଗୁଡିକୁ କାର୍ଯ୍ୟକାରି କରାଯାଉଛି l ହେଲେ ଏହି ଯୋଜନା ଗୁଡିକ ଲୋକଦେଖାଣିଆ ଭାବେ କରାଯିବା ଓ ପୌର ପ୍ରଶାସନ ଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତି କାହାର ଭୟ ନ ରହିବା ଏବଂ ବିଭାଗୀୟ ଅଧିକାରୀ ମାନେ କାଗଜ କଲମରେ ଏହି ଜନ ହିତକର ଯୋଜନା ମାନଙ୍କୁ ପ୍ରଶମିତ କରୁଥିବା ଜଣାପଡିଛି । ଜନସାଧାରଣ ଟିକସ ଦେଇ ବିଭିନ୍ନ ପ୍ରକାରର ଦୁର୍ଦ୍ଧଶା ଭୋଗୁଥିବା ସାଧାରଣରେ ଅଭିଯୋଗ ହେଉଛି l ଯେପରିକି ଦୀର୍ଘ ମାସ ଧରି ଜନସାଧାରଣ ପୌର ପାଳିକା ଉପରୁ ଆସ୍ଥା ହରାଇଥିବା ବେଳେ ସହର ବାସୀ ମାନେ ସଫେଇ ହେଉ ବା ପାଇଖାନା ଟାଙ୍କି ସଫା ଦିଗରେ ନିଜେ ନିଜର ବନ୍ଦୋବସ୍ତ କରୁଥିବା ଦେଖିବାକୁ ମିଳେ l ତେବେ ବର୍ତ୍ତମାନ ଜନସାଧାରଣ ପାଇଖାନା ଟାଙ୍କି ସେବା ପାଇଁ ସେସ ପୁଲ ଗାଡ଼ି ସେବା ପାଇବାକୁ ହେଲେ ପୌର ପରିଷଦ ରେ ଦରଖାସ୍ତ ଦାଖଲ କରି ପ୍ରତି ଥର ବ୍ୟବହାର କୁ 1000 ଟଙ୍କା ଦେବାର ବ୍ୟବସ୍ଥା ଥିବାବେଳେ ଘରୋଇ ସଂସ୍ଥାରୁ ଗାଡ଼ି ଡାକି ଅଧିକ ଖର୍ଚ୍ଚାନ୍ତ ରୁ ରକ୍ଷା ମିଳିବ ବୋଲି ପୌରାଞ୍ଚଳ ବାସୀ ମାନେ ଆଶ୍ୱସ୍ତ ଲାଭ କରୁଥିଲେ । ମାତ୍ର କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟର ଅବହେଳା ହେତୁ ଜନସାଧାରଣ ସେବାପାଇଁ ଦରଖାସ୍ତ ଦେଇ ନିୟମ ମୁତାବକ ଟଙ୍କା ପୈଠ କରି ସାରିବା ପରେ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଆଜି କାଲି ହୋଇ ଶେଷରେ ନିରାଶ ହୋଇ ଘରୋଇ ସଂସ୍ଥା ଉପରେ ନିର୍ଭର କରିଥାନ୍ତି l ବିଭାଗୀୟ ଅଧିକାରୀ ହୁଅନ୍ତୁ ବା ଉଚ୍ଚ କର୍ତ୍ତୁପକ୍ଷ ଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏଭଳି ଘଟଣା ପୂର୍ବରୁ ମାସ ମାସ ଧରି ଚାଲି ଆସୁଥିବା ବେଳେ ମଇଳା ସଫା ଗାଡ଼ି ହେଉ ବା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅପରପକ୍ଷେ ଗାଁ ପରିମଳ ଧୋବା ତୁଠ ଭଳି ପୌର ପାଳିକାକୁ ନିର୍ମଳ ପରିବେଶ କରିବା ସହ ସହରରେ ସଫେଇ ଉପରେ ଗୁରୁତ୍ଵ ଦେଇଥିବା ନୂତନ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟ ଶୈଳୀ ଉପରେ ଆସ୍ଥା ପ୍ରକଟ କରି ଏହି ଭଳି ଅନେକ୍ ସମସ୍ୟା ଉପରେ ଦୃଷ୍ଟି ଦେବାପାଇଁ ଜଟଣୀ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୫/୨୦୨୪----୮,୪୫ Sakhigopal News,14/5/2024