>>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • ସତ୍ୟବାଦୀର ପୁର ପଲ୍ଲୀରେ ଅକ୍ଷୟ ତୃତୀୟା ପର୍ବ ପାଳନ



    ସାକ୍ଷୀଗୋପାଳ ----- ଆଜି ହେଉଛି ଚାଷୀ ଘରର ସବୁଠାରୁ  ଶୁଭଦିନ ।  ଆଜି ଦିନଯାକ ଶୁଭ ସମୟ ବୋଲି ଜ୍ୟୋତିଷଶାସ୍ତ୍ର ମାନେ ମତ ପ୍ରକାଶ କରିଥାନ୍ତି । ଆଜି ଦିନରେ ଜଗତରନାଥ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ଏଣୁ ଚାଷୀ ଘର ଆଜି ସେ ନିଜେ ସଂଚୟ କରିଥବା ବିହନ ବିଲରେ ବୁଣିବା ପାଇଁ ବା ଅକ୍ଷିମୁଠୀ ଅନୁକୂଳ କରିଥାଏ । ଏ ବର୍ଷ ତାର ଫସଲ ଯେପରି ଭଲ ହେବ ସେଥିଲାଗି ମାଟି ମାକୁ ପୂଜା ସହିତ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଆବାହନ କରିଥାଏ ଚାଷୀ ପୁଅ । ସକାଳୁ ଗାଧୁଆ ପାଧୁଆ ସାରିବା ପରେ ଏକ ବେତୁଳିରେ ଧାନ, ଫୁଲ, ଦୀପ, ଧୂପ, ବିଭିନ୍ନ ଭୋଗ , ସହିତ କ୍ଷୀର, ନଡିଆ ସାଙ୍ଗରେ ଚଷାପୁଅ ଶୁଦ୍ଧହୋଇ ମୁଣ୍ଡରେ ଠେକା ଭିଡି ବିଲକୁ ଯାଇଥାଏ । ସେଠାରେ ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି କରିବା ପରେ ବିହନ ବିଲରେ ବୁଣି ମାଟି ମାକୁ ମୁଣ୍ଡିଆ ମାରି ଘରକୁ ଫେରିଥାଏ । ଯେପରି ଏବର୍ଷ ନିଜର ଭଲ ଫସଲ ହେବା ସହ ସମସ୍ତଙ୍କର ଭଲ ଫସଲ ହେଉ ସଠିକ ପାଣିପାଗ ରହିବା ପାଇଁ ସୂର୍ଯ୍ୟ ଦେବତାଙ୍କୁ ନିବେଦନ ମଧ୍ୟ କରିଥାଏ ଚାଷୀ ପୁଅ ।  ସେହିପରି ଘର ମାନଙ୍କରେ ଅକ୍ଷୀତୁତୀୟାରେ ତୁଳସି ଚଉରା ମୂଳରେ ଚିତ୍ର କରାଯାଇଥିବା ଘଡି ପଥୁଲିରେ ଖଇ, ନଡିଆ ପାତି, ବିଭିନ୍ନ ଫଳମୂଳ ଭୋଗ କରାଯାଇ ଛୋଟ ଛୋଟ ପିଲାମାନଙ୍କୁ ସେହି ଘଡିପଥୁଲି ଭୋଗ ସହିତ ବଣ୍ଟନ କରାଯାଇଥିବାର ଦେଖାଯାଇଥିଲା ।


    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୫/୨୦୨୪---୬,୧୫   Sakhigopal News,10/5/2024

    Blog Archive

    Popular Posts