ବକୁଳବନ ମହୋତ୍ସବ କମିଟି ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ
ସାକ୍ଷୀଗୋପାଳ-- ସତ୍ୟବାଦୀର ବକୁଳବନ ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ ଦିନରେ ବିଭିନ୍ନ କାର୍ଯ୍ୟ ହାତକୁ ନେଇ ବେଶ ସାକ୍ଷୀଗୋପାଳରେ ବେଶ ପରିଚିତ । କମିଟିର ପ୍ରତିଷ୍ଠାତା ତଥା କବିଶଚୀକାନ୍ତ ବିଶ୍ୱାଳଙ୍କ ତତ୍ୱଧାନରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ ଜଣ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମେଡିକାଲର ଡ, ସୁଭାସିଷ ଦାସ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ପବିତ୍ର କୁମାର ପ୍ରଧାନ, ମଦନ ମୋହନ ପରିଡା, ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ ଫଳ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବକୁଳବନ ମହୋତ୍ସବ କମିଟିର ସମ୍ପାଦକ ଯଯାତୀ କେଶରୀ ରାୟ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୫/୨୦୨୪---୭,୨୦ Sakhigopal News,8/5/2024