Breaking News

ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ମାରାଥନ ପ୍ରଚାର କଲେ ଗାଁ ଗାଁରେ ଜନ ସମର୍ଥନ ବୃଦ୍ଧି ପାଉଛି



   ସାକ୍ଷୀଗୋପାଳ ----- ପ୍ରାର୍ଥୀପତ୍ର ଦାଖଲ ସରିବା ପରେ ବିଜେଡି ପ୍ରାର୍ଥୀ ପ୍ରଚାରକୁ ଆଉ ଏକ ପାଦ ଆଗେଇ ନେଇଛନ୍ତି । ସତ୍ଯବାଦୀ ନିର୍ବାଚନ ମଣ୍ଡଳୀରେ ସଞ୍ଜୟ ଦାସବର୍ମା ବିଜେଡି କର୍ମୀମାନଙ୍କୁ ସାଙ୍ଗରେ ଧରି ମାରାଥନ ପ୍ରଚାର ଜାରିରଖିଛନ୍ତି  । ଶନିବାର ସହସ୍ରାଧିକ କର୍ମୀମାନଙ୍କୁ ସାଙ୍ଗରେ ନେଇ ଶ୍ରୀ ଦାସବର୍ମା ବିଦ୍ଯାଧରପୁର ପଞ୍ଚାୟତ ର ୧୧ଟି ୱାର୍ଡ ପ୍ରତି ବ୍ଯକ୍ତିଙ୍କ ଦୁଆର ଦୁଆର ବୁଲି ଯୋଡି  ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ନିବେଦନ କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଶ୍ରୀ ଦାସବର୍ମାଙ୍କୁ ଉତ୍ସସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଛି  । ବଳରାମପୁର ଗଡ ଗ୍ରାମପଞ୍ଚାୟତରେ ସନ୍ଧ୍ଯାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
 ପ୍ରଚାରରେ ବିଦ୍ଯାଧରପୁର ପଞ୍ଚାୟତ ସରପଞ୍ଚ ଦୁଶାସନ ପ୍ରଧାନ, ସମିତି ସଭ୍ଯ ପ୍ରଫୁଲ ପ୍ରଧାନ,   ସ୍ୱେଚ୍ଛାସେବୀ ସଙ୍ଗଠନ' ସ୍ୱଚ୍ଛ ' ର ସଭାପତି କ୍ରୁଷ୍ଣଚନ୍ଦ୍ର ପ୍ରଧାନ, ଶୁଭାଶିଷ ଦାଶ,  ସୁରେଶ କୁମାର ସାହୁ,  ଗଣେଶ ପ୍ରଧାନ, ବ୍ଲକ ଉପାଧକ୍ଷାଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ  ଓ  ରାମଚନ୍ଦ୍ର ସାହୁଙ୍କ ସହିତ ବିଭିନ୍ନ ଯୁବକମାନେ ଓ ପ୍ରମୁଖ କର୍ମୀମାନେ ସାମିଲ ହୋଇଥିବାର ଦେଖାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୫/୨୦୨୪----୯,୧୦ Sakhigopal News,4/5/2024

Popular Posts