Breaking News

ଖଣ୍ଡପଡ଼ା ନିର୍ବାଚନର ବିଜେଡିର କର୍ମୀ ପୁରୀରେ କେନ୍ଦ୍ର ମନ୍ତ୍ରୀ ନିତିନୀଗଡ କରିଙ୍କ ଉପସ୍ଥିତି ରେ ବିଜେପି ରେ ଯୋଗ ଦେଲେ





ନୟାଗଡ଼ --- ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ର ବହୁ ବରିଷ୍ଠ ବିଜେଡି ନେତାଓ କର୍ମୀ ବିଜେପି ରେ ଯୋଗ ଦେଇଥିବା ଜଣାପଡିଛି। ପୁରୀରେ କେନ୍ଦ୍ର ମନ୍ତ୍ରୀ ନିତିନି ଗଡକରି ଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ହୋଇଛି ।  ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ଏକ ଛତ୍ର ବାଦ୍, ହିଟିଲର ଶାସନ ଗୋଷ୍ଠୀ କନ୍ଦଳ ଯୋଗୁ ବିଜେଡି ଦଳକୁନେତା ଶୂନ୍ୟ ହେବାକୁ ବସିଲାଣି ।  ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ରେ ବିଜୁଜନତା ଦଳ କୁ ବିଜୟୀ କରାଇ ଥିବା ଭାପୁର ଅଞ୍ଚଳର ବରିଷ୍ଠ ନେତା,ସଂଗଠକ, ବିଜୁ ଜନତା ଦଳର ନୟାଗଡ଼ ଜିଲ୍ଲା ଉପ ସଭାପତି ଗୟାଧର ପରିଡା, ଓ ତାଙ୍କ ସମର୍ଥକ ଙ୍କ ସହିତ ବିଧିବଧ୍ୟ ଭାବେ ଯୋଗ ଦେଇ ଥିବା ବେଳେ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ନେତା ଅଧ୍ୟକ୍ଷାଙ୍କ ସ୍ଵାମୀ ବିଧାନ ପ୍ରଧାନ  ଓ ତାଙ୍କର ବହୁ ସମର୍ଥକଏବଂ କଣ୍ଟିଲୋ ଅଞ୍ଚଳ ର ସମାଜ ସେବୀ   ଅଖିଳ କୁମାର ମହାରଣା ତାଙ୍କର ସମର୍ଥକଙ୍କ ସହିତ ବିଜେପି ରେ ଯୋଗ ଦାନ କରି ଥିଲେ। ଖଣ୍ଡପଡ଼ା ବ୍ଲକ୍ ରବିଜୁ ଜନତା ଦଳର ପୂର୍ବ ତନ ସଭାପତି, କିଆଝରପଞ୍ଚାୟତ,ର ପୁର୍ବତନ ସରପଞ୍ଚ ଚନ୍ଦ୍ର କାନ୍ତ ବଳିଆର ସିଂତାଙ୍କ  ବିଜେପି ରେ ଯୋଗ ଦେଇଛନ୍ତି। ଏହି ପରି ଶିଂହାପଡ଼ା ପଞ୍ଚାୟତ ର ପୁର୍ବତନ ସରପଞ୍ଚ  ରମାକାନ୍ତସେଠି, ଶିଖରପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କ ସହିତ  ଖଣ୍ଡପଡ଼ା, ଏବଂ ଭାପୁର ଅଞ୍ଚଳର ବହୁ ବିଜେଡି ଦଳ ଛାଡି ବିଜେପି ରେ ଯୋଗ ଦେଇ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପାଇଁ ସମସ୍ତେ ଶପଥ ନେଇଛନ୍ତି । ନିର୍ବାଚନରେ ବିଜେପି ବିଧାସଭା ପ୍ରାର୍ଥୀଦୁଷ୍ମନ୍ତ କୁମାର ସ୍ଵାଇଁ ଓ ଲୋକ ସଭା ପ୍ରାର୍ଥୀ ଭର୍ତୁ ହରି ମହତାବ  ବିପୁଳ ସଂଖ୍ୟାରେ  ବିଜୟୀ ହେବେ ଏହି ମିଶ୍ରଣ ରୁ ହିଁ ଜଣା ପଡ଼ିଛି। ସୂଚନା ଯୋଗ୍ୟ ଯେ ପୂର୍ବ ନିର୍ବାଚନ ରେ ଖଣ୍ଡପଡା ବିଧାନସଭା ଆସନ ରେ ମଧ୍ୟ ଏହି ଭଳି ସମସ୍ଥ ନେତା ଏକା କାର ହୋଇ ବିଜେଡି ର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୟୀ କରାଇ ଥିବାର ପ୍ରମାଣ ରହିଛି।
ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୫/୨୦୨୪---୧୧,୫୫ Sakhigopal News,11/5/2024

Popular Posts