Breaking News

ଯୋଡ଼ି ଶଙ୍ଖ ଏଥର ୫୦ ହଜାର ବ୍ୟବଧାନରେ ଜିତେଇବା ପାଇଁ ଆହ୍ୱାନ ଦେଲେ ପାଣ୍ଡିଆନ; ଅପରାଜିତାଙ୍କୁ ପର୍ଯ୍ୟଟକ କହି କଟାକ୍ଷ କଲେ ପାଣ୍ଡିଆନ୍

 

ଜଟଣୀ : -ଖୋରଧା ଜିଲ୍ଲା ଜଟଣୀ ଗସ୍ତ ଅବସରରେ ୫ଟି ସଚିବ  କାର୍ତ୍ତିକ ପାଣ୍ଡିଆନ  ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ପଛ ପଡିଆରେ ବିଜୁ ଜନତା ଦଳର ବିଶାଳ ପ୍ରଚାର ସଭାରେ ଷ୍ଟାର ପ୍ରଚାରକ  ଯୋଗ ଦେଇଥିଲେ । ୫୦ ହଜାର ବ୍ୟବଧାନରେ ପାଇଁ ଆହ୍ୱାନ ଦେଇଛନ୍ତି । ଯୋଡ଼ି ଶଙ୍ଖରେ ଭୋଟ ଦେଇ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ପ୍ରଚାର ସଭାରେ ଭୁବନେଶ୍ବର ଲୋକସଭା ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଉପସ୍ଥାପନ କରିଥିଲେ। ଷ୍ଟାର ପ୍ରଚାରକ ଶ୍ରୀ ପାଣ୍ଡିଆନ୍ ଜଟଣୀ ନିର୍ବାଚନ ମଣ୍ଡଳୀ ବିକାଶର ଚିଠା ଖୋଲିବା ସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶିବାଦ କରିବାକୁ ଆପଣଙ୍କୁ ସୁଯୋଗ ମିଳିଛି । ଶଙ୍ଖ ଚିହ୍ନରେ ଭୋଟ ଦେଇ ଆର୍ଶିବାଦ କରନ୍ତୁ ବୋଲି କହିଛନ୍ତି । ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାପରେ ସମସ୍ତଙ୍କ ପାଇଁ ବିଏସକେୱାଇ କାର୍ଡ଼ ର ସୁବିଧା ଉପଲବ୍ଧ କରାଯିବ ବୋଲି ସେ ଉଦବୋଧନ ଦେବା ସହ ବର୍ତ୍ତମାନର ବିଜେପି ସାଂସଦ ପ୍ରାର୍ଥୀଙ୍କୁ ପର୍ଯ୍ୟଟକ ବୋଲି କହି କଟାକ୍ଷ କରିଥିଲେ l ଏହି ଅବସରରେ ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ  ୫୦ ହଜାର ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ଉପସ୍ଥିତ ମିଶନ ଶକ୍ତି ମହିଳା ମାନଙ୍କୁ ପାଣ୍ଡିଆନ୍ ଆହ୍ୱାନ ଦେଇଥିଲେ । ଏହି ପ୍ରଚାର ସଭାରେ ବିଧାୟକ ସୁରେଶ୍ କୁମାର ରାଉତରାୟଙ୍କ ସହବହୁ ଆଗଧାଡିର ନେତୃବୃନ୍ଦଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିଲା I ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୫/୨୦୨୪----୯,୫୦ Sakhigopal News,17/5/2024

Popular Posts