Breaking News

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ମର୍ଦ୍ଧନା ସମାରୋହ ଅନୁଷ୍ଠିତ

 


  ସାକ୍ଷୀଗୋପାଳ---- ତୁତୀୟା ଦେବ ନୋଡାଲ ବିଦ୍ୟାନିକେତନର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଲେଙ୍କାଙ୍କର ଅବସର କାଳୀନ ସମ୍ମର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ବସରପ୍ରାପ୍ତ ଶିକ୍ଷକ ଗୌତମ ଚରଣ ପ୍ରଧାନ ସଭାପତିତ୍ୱ କରିଥିଲେ । ଅତିଥି ଭାବେ କାଶିନାଥ ପରିଡା, ଗୋବିନ୍ଦ୍ର ଚନ୍ଦ୍ର ନାଥ, କାହ୍ନୁଚରଣ ପ୍ରଧାନ, ଗଜେନ୍ଦ୍ର ନାୟକ, କୃଷ୍ଣମୋହନ ମହାନ୍ତି ପ୍ରଣବ କୁମାର ମିଶ୍ର ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଭଶ୍ରୀ ପିୟଦର୍ଶନୀ ପ୍ରମୁଖ ଯୋଗ ଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ ଗୁଣଗାନ କରିଥିଲେ । ଆଜିର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅତିଥି ମାନେ କହିଥିଲେ ଯେ ଶାମୁକା ମଧ୍ୟରୁ ମୁକ୍ତା ଖୋଜନ୍ତୁ ।  ବିଦ୍ୟାଳୟର ପୁରାତନ ଛାତ୍ର ଡ କୌବଲ୍ୟ ଚରଣ ପତି, ଆଶିଷ ଚରଣ ବିଶ୍ୱାଳ, ତାପସ ରଞ୍ଜନ ନାଥ, ତପନ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଫୁଲତୋଡା ଓ ମାନପତ୍ର ଓଉପଢ଼ୌକନ ଦେଇ ସମ୍ମଦ୍ଧିତ କରିଥିଲେ ।ଶିକ୍ଷକ କ୍ଷୀରୋଦ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ  ସିଆରସିସି ଅଜୟ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୫/୨୦୨୪---୭,୨୦    Sakhigopal News, 8/5/2024

Popular Posts