Breaking News

ବ୍ୟାଙ୍କରେ ମିଳୁନି ମୌଳିକ ସୁବିଧା , ଅସନ୍ତୁଷ୍ଟ ହିତାଧିକାରୀ





ଜଟଣୀ -- ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରେ ହିତାଧିକାରୀଙ୍କୁ ମିଳୁନାହଁ ମୌଳିକ ସେବା l ସୂଚନା ମୁତାବକ ପ୍ରତ୍ୟକ ମାସ ୧ ତାରିଖ ହେବା ମାତ୍ରେ ଶହ ଶହ ସରକାରୀ କର୍ମଚାରୀ ନିଜର ମାସିକ ବେତନ ସାଙ୍ଗକୁ ଖାତାର ଅପଡେଟ ପାଇଁ ଏବଂ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନେ ନିଜର ପେନସନ ସାଙ୍ଗକୁ ଖାତା ଅପଡେଟ କରିବା ପାଇଁ ଭିଡ଼ ଲାଗିଥାଏ l କିନ୍ତୁ ବିଡମ୍ବନାର ବିଷୟ ଏଠାରେ ମହିଳା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ କୌଣସି ବିଶେଷ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ନାହିଁ l ମହିଳାମାନେ ଘଣ୍ଟା ଘଣ୍ଟା ଧରି ପୁରଷଙ୍କ ସହିତ ଲମ୍ବା ଧାଡିରେ ଛିଡା ହୋଇ କାର୍ଯ୍ୟ ସମ୍ପାଦନ କରୁଥିବା ଦେଖିବାକୁ ମିଳୁଛି l ଭାରତ ବର୍ଷରେ ମହିଳାମାନଙ୍କୁ ସବୁ ସ୍ଥାନରେ ସମସ୍ତ କ୍ଷେତ୍ରରେ ପ୍ରଥମେ ସ୍ୱତନ୍ତ୍ର ଅଗ୍ରାଧିକାର ମିଳିଥାଏ l କିନ୍ତୁ ଜଟଣୀ ଶାଖା ଷ୍ଟେଟ ବ୍ୟାଙ୍କରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ l ବିଶେଷ କରି ଭାରତ ବର୍ଷରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ସମ୍ମାନ ଏବଂ ସୁବିଧା ସୁଯୋଗ ପାଇବାର ବ୍ୟବସ୍ଥାର ଆଇନ ଥିବା ସତ୍ୱେ ଜଟଣୀ ଶାଖା ଷ୍ଟେଟ ବ୍ୟାଙ୍କରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ l ବରିଷ୍ଠ ନାଗରିକ ଓ ମହିଳା ଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥାର ସୁବିଧା ସୁଯୋଗ ମିଳେ ନାହିଁ l ବରିଷ୍ଠ ନାଗରିକ ମାନେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇ କାର୍ଯ୍ୟ ସମ୍ପାଦନ କରିବାରେ ବହୁତ କଷ୍ଟ ଅନୁଭବ କରି ଦୁଃଖ ଏବଂ ବିରକ୍ତି ଭାବ ପ୍ରକାଶ କରିଛନ୍ତି l ବିଶେଷ କରି ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ତିନୋଟି ଟଙ୍କା ଜମା ଏବଂ ଉଠାଣ ମେସିନ ଏବଂ ଦୁଇଟି ବ୍ୟାଙ୍କ ଖାତା ଅପଡେଟ ମେସିନ ଥିବା ସତ୍ୱେ ଏହା ଅଧିକାଂଶ ସମୟ କାର୍ଯ୍ୟକାରୀ ନ କରିବା ଦୁଃଖର ବିଷୟ l ଏହା କାର୍ଯ୍ୟକାରୀ ନ କରିବା ଦ୍ୱାରା ହିତାଧିକାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି l ଖାତା ଅପଡେଟ କରିବା ପାଇଁ ଲୋକେ ବହୁତ ହଇରାଣ ହୋଉଥିବା ହିତାଧିକାରୀ ମାନେ କହନ୍ତି l ସବୁ ହିତାଧିକାରୀ ଶିକ୍ଷିତ ନୂହନ୍ତି , ଯେଉଁ ମାନେ ଇଂରାଜୀ ଏବଂ ମେସିନରେ ଅପଡେଟ କରିବା ଜାଣନ୍ତି ନାହିଁ ସେମାନେ ଶାଖା କାର୍ଯ୍ୟାଳୟକୁ ଗଲେ ଖାତା ଅପଡେଟ କରିବା ପାଇଁ ଥିବା କର୍ମଚାରୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହିତାଧିକାରୀ l ବ୍ୟାଙ୍କ କର୍ମଚାରୀ ଜଣଙ୍କ ହିତାଧିକାରୀ ମାନଙ୍କୁ ଶାଖା କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଅପଡେଟ ମେସିନରେ କରିବା ପାଇଁ କୁହନ୍ତି l ଅନେକ ସମୟରେ ଅପଡେଟ ମେସିନ ଖରାପ ଥାଏ ଏହା ଜଣାଇଲେ ଅନଲାଇନ ମାଧ୍ୟମରେ ନିଜର ଅପଡେଟ ଦେଖି ଦିଅନ୍ତୁ ନ ହେଲେ ଅପେକ୍ଷା କରନ୍ତୁ । ମେସିନ ସଜଡା ଯାଇ ଠିକ ହେଲେ ଆସି ନିଜର ଖାତା ଅପଡେଟ କରିନେବେ ବୋଲି କହନ୍ତି l ଏହି କଥା ହିତାଧିକାରୀଙ୍କ ମାନଙ୍କୁ କଷ୍ଟ ଦେଇଛି। ଷ୍ଟେଟ ବ୍ୟାଙ୍କ ଏକ ଭାରତର ସର୍ବବୃହତ ବ୍ୟାଙ୍କ ସେବା ହୋଇଥିବା ସ୍ଥଳେ ଜଟଣୀ ଷ୍ଟେଟ ବ୍ୟାଙ୍କର ଅବହେଳିତ ସେବାକୁ ନେଇ ଜନ ସାଧାରଣ ଅସନ୍ତୁଷ୍ଟ  ପ୍ରକାଶ ପାଇଛିl ବ୍ୟାଙ୍କ ଶାଖାର ଉଚ୍ଚ କତୃପକ୍ଷ ଏଥି ପ୍ରତି ନଜର ଦେଇ ସ୍ଥାନୀୟ ହିତାଧିକାରୀ କିପରି ସୁବିଧାରେ ଏବଂ ସହଜରେ ସେବା ପାଇପାରିବେ ସେଥି ପାଇଁ ଧ୍ୟାନ ଦେବାପାଇଁ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୫/୨୦୨୪---୭,୩୫ Sakhigopal News,7/5/2024

Popular Posts