ୟୁବି ହାଇସ୍କୁଲର ପ୍ରଧାନଶିକ୍ଷକ ପାଇଲେ ରାଜ୍ୟପାଳ ପୁରସ୍କାର
ଭଞ୍ଜନଗର--- ଭୁବନେଶ୍ଵରସ୍ଥିତ ରାଜଭବନରେ ଓଡ଼ିଶା ( ଭାରତ ) ସ୍କାଉଟ୍ ଓ ଗାଇଡ୍ ର ରାଜ୍ୟ ପୁରସ୍କାର ବିବରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ଓଡ଼ିଶା ଶ୍ରୀଯୁକ୍ତ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମାରୋହରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଭାରତ ସ୍କାଉଟ୍ ଓ ଗାଇଡ୍ ର କୃତି କବ୍, ବୁଲ୍ ବୁଲ୍, ସ୍କାଉଟ୍ ମାଷ୍ଟର, ଗାଇଡ୍ କ୍ୟାପଟେନ, ଜିଲ୍ଲା ଶାରୀରିକ ସଂଯୋଜକ ତଥା ସ୍କାଉଟ୍ ସେକ୍ରେଟାରୀ, ରାଜ୍ୟ, ଜିଲ୍ଲା ଓ ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର୍ ଯୋଗଦେଇଥିଲେ।ମହାମହିମ ଓଡିଶା ରାଜ୍ୟପାଳ କୃତି ସ୍କାଉଟ୍ ଓ ଗାଇଡ୍ ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଦେଶ ଗଠନରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତପୋଷଣ କରିଥିଲେ। ଯୋଗ୍ୟ ବିବେଚିତ ସମସ୍ତ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ମହାମହିମଙ୍କ ସ୍ବକରକମଳରେ । ଇତି ମଧ୍ୟରେ ଭଂଜନଗର ନାଭି କେନ୍ଦ୍ର ସ୍ଥିତ ଓଡ଼ିଶାର ବରପୁତ୍ର ମାଟିର ମହାକବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଗତ ଶିକ୍ଷା ବର୍ଷରେ ଭାରତ ସ୍କାଉଟ୍ ଓ ଗାଇଡ୍ ର ଏକ କ୍ୟାମ୍ପୋରୀ ଆବାହକ ଭାବରେ ଆୟୋଜନ କରିଥିଲା ଯେଉଁଥିରେ ସହସ୍ରାଧିକ ସ୍କାଉଟ୍ ଓ ଗାଇଡ୍ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ସ୍କାଉଟ୍ ଅଧିକାରୀମାନେ ଉପସ୍ଥିତ ଥିଲେ ଓ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅକୁଣ୍ଠ ସହଯୋଗ , କିପରି ଏହି ବିଶାଳ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିଥିଲା ତାହା ସ୍ବଚକ୍ଷୁରେ ଦେଖିଥିଲେ। ଏଣୁ ଏହି ସ୍କାଉଟ୍ କ୍ୟାମ୍ପୋରୀ ଯାହାର ନାମ ଥିଲା " ସଂପ୍ରୀତି " ର ସଫଳ ପରିଚାଳନା ନିମନ୍ତେ ଆଜି ମହାମହିମ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକଙ୍କୁ ସ୍ବହସ୍ତରେ ପୁରସ୍କୃତ କରିଛନ୍ତି। ଶ୍ରୀ ନାହାକ ଏହି ସଫଳତା ନିମିତ୍ତ ରାଜ୍ୟର ସ୍କାଉଟ୍ କର୍ମକର୍ତ୍ତା, ଗଂଜାମ ଜିଲ୍ଲା ପ୍ରଶାସନ ଓ ଶିକ୍ଷାଧିକାରୀ, ଆଇ ପି , ଭଂଜନଗର ଓ ଅନ୍ୟାନ୍ୟ ବ୍ଲକର ସହଯୋଗ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ନିଜ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଓ ବିଶେଷ ଭାବରେ ବିଦ୍ୟାଳୟର ଏନ୍ ସି ସି ଆର୍ମୀ ଅଫିସର ଶ୍ଯାମା ପ୍ରସାଦ ମିଶ୍ର ଏବଂ ତାଙ୍କରି ପ୍ରେରଣାରେ ପରିଚାଳିତ ଏନ୍ ସି ସି କ୍ୟାଡେଟ ମାନଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତିି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୫/୨୦୨୪---୮,୪୫ Sakhigopal News,14/5/2024