Breaking News

>>
  • ମିଲର ଧାନ ଉଠାଉନଥିବାରୁ ଚାଷୀ ଜିଲ୍ଲାପାଳ,ବିଡ଼ିଓ,ତହସିଲଦାର ,ଥାନାର ଦ୍ୱାରସ୍ଥ ହେଲେ
  • >>
  • ବାହାଡାପଦର ହାଇସ୍କୁଲରେ ଯୋଗ ଦିବସ ପାଳିତ
  • >>
  • ଆନ୍ତର୍ଜାତିକ ଯୋଗ ଦିବସ ପାଳନ
  • >>
  • ଭଞ୍ଜନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
  • >>
  • ପୌରପରିଷଦ ଏବଂ ପଞ୍ଚାୟତ ସମିତିର ମିଳିତ ସହଯୋଗରେ "ଆନ୍ତର୍ଜାତୀୟ ଯୋଗ ଦିବସ'ପାଳିତ
  • >>
  • ଆଇଆଇଟି ଭୁବନେଶ୍ବରରେ ଉତ୍ସାହ ସହିତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • >>
  • ଜଟଣୀ ମହାବିଦ୍ୟାଳୟରେ ଯୋଗ ଶିବିର ଅନୁଷ୍ଠିତ
  • >>
  • ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • >>
  • ଖୋର୍ଦ୍ଧା ରୋଡ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ - ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ
  • >>
  • ସତ୍ୟବାଦୀରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ; ସୁସ୍ଥ ରହିବା ପାଇଁ ଯୋଗ କରିବାକୁ ଆହ୍ୱନ
  • >>
  • ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ବିଞ୍ଜିଗିରିକୁ ଐତିହ୍ୟ ଗାଁର ମାନ୍ୟତା ମିଳିଲା
  • >>
  • ବର୍ଷ ଏକ ବିଶ୍ୱାସ ଘାତକ ଅନେକ ଲେଖିବା ପାଇଁ ଦାବୀ କଲେ ବ୍ଳକ ଅଧ୍ୟକ୍ଷ ; ବିଧାୟକଙ୍କ କଥାରେ ଚାଲିଛି ସତ୍ୟବାଦୀ ବ୍ଳକ
  • >>
  • ପଟ୍ଟା, ରାଶନ କାର୍ଡ ଓ ଅନ୍ତ୍ୟୋଦୟ ଆବାସ ଯୋଜନା ଗୃହର କାର୍ଯ୍ୟଦେଶ ବଣ୍ଟନ
  • >>
  • ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ, ଭଞ୍ଜନଗର, ଗଞ୍ଜାମ ତରଫରୁ ପାଲେଷ୍ଟାଇନ ସଂହତି ଦିବସ ପାଳନ
  • >>
  • ଜଙ୍ଗଲ ରାସ୍ତାରେ ଯୁବକଙ୍କର ମୃତ୍ୟୁ ଦେହ ପଡ଼ିଛି
  • ବନମହୋତ୍ସବ 'ସପ୍ତାହରେ ସୀମିତ ନ ରଖିବାକୁ ନିବେଦନ କଲେ ହୃଷୀକେଶ ପାଢ଼ୀ

    Hrishikesh Padhi pleads not to restrict Forest Festival week

    ଡେଲାଙ୍ଗ :ବନଦିବସ ସପ୍ତାହ ପାଳନ କୁ ସପ୍ତାହ ରେ ସୀମିତ ନ ରଖିବା ପାଇଁ ନିବେଦନ କରିଛନ୍ତି ସବୁଜ ଡେଲାଙ୍ଗ ଟ୍ରଷ୍ଟ  ବୋଳକଣା, ଡେଲାଙ୍ଗ, ପୁରୀ ର ଅଧ୍ୟକ୍ଷ ପ୍ରକୃତିମିତ୍ର,  ଆଇନଜୀବି ହୃଷୀକେଶ ପାଢ଼ୀ । ଡେଲାଙ୍ଗ ରେ ବନମହୋତ୍ସବ ସପ୍ତାହ ପାଳନ  ପରେ ସେ ତାଙ୍କର ଅଭିଯାନ କୁ ଜାରି ରଖି ପବିତ୍ର ବାହୁଡା଼ ଯାତ୍ରା ଅବସରରେ ନିଜ ଗ୍ରାମରୁ ପୁରୀ ଅଭିମୁଖେ ବାହାରି ଜନସଚେତନତା ସୃଷ୍ଟି କରିଛନ୍ତି । ବୀରଗୋବିନ୍ଦପୁର ର ଦକ୍ଷିଣକାଳୀ ମନ୍ଦିରରେ ଶ୍ରଦ୍ଧାଳୁ ତଥା ଗ୍ରାମବାସୀ ମାନଙ୍କୁ ପରିବେଶ ସମ୍ପର୍କରେ ସଚେତନ କରାଇବା ସହ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ ସୁରକ୍ଷା କରିବା ସହ ବନମାହୋସ୍ତବ କୁ ବର୍ଷବ୍ୟାପୀ ଚାଲୁରଖିବା ପାଇଁ ନିବେଦନ କରିଛନ୍ତି ରାଜ୍ୟ ସରକାରଙ୍କୁ । ମନ୍ଦିର ପୂଜକ ଦେବ ପ୍ରସାଦ ମିଶ୍ର ମା ' ଙ୍କ ଆଶିଷ ପ୍ରଦାନକରି ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ଶୁଭ ମନାସିଥିଲେ |ଏହାପରେ ବୀରନରସିଂହ ପୁରର ଭଗବତୀ ଛିନ୍ନମସ୍ତାଙ୍କ ପୀଠରେ ଜନସଚେତନତା ସୃଷ୍ଟି କରାଯାଇଥିଲା |ପରେ ପରେ ପୁରୀ ଶ୍ରୀଗୁଣ୍ଡିଚାମନ୍ଦିର ସମ୍ମୁଖରେ ଅଗଣିତ ଭକ୍ତମାନଙ୍କୁ "ପରିବେଶ ପାଇଁ ଗଛଟିଏ ' ସଚେତନ କରିବାସହ ପଲିଥିନ  ମାଟିରେ ମିସୁନଥିବାରୁ ତଥା ପରିବେଶ ପ୍ରତି ବିପଦ ଥିବାରୁ ଏହାକୁ ବ୍ୟବହାର ନକରିବା ପାଇଁ ସଚେତନତା କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ  ପ୍ରଚଣ୍ଡପୁର ପ୍ରାଇମେରୀସ୍କୁଲ ଶିକ୍ଷକ ଦୁଃଶାସନ ସାହୁ, ନିମାକେରାପ୍ରାଇମେରୀ ସ୍କୁଲ ଶିକ୍ଷକ ସଦାଶିବ ବିଶ୍ୱାଳ ଓ ଷ୍ଟାମ୍ପଭେଣ୍ଡର ଉପନିବନ୍ଧକ କାର୍ଯ୍ୟାଳୟ ଡେଲାଙ୍ଗ ର ଭାସ୍କର ସାହୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
    ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୭/୨୦୨୨----୬,୫୫    Sakhigopal News,10/7/2022

    Blog Archive

    Popular Posts