Breaking News

ଟାଙ୍ଗରା ଭୂମିରେ ଚାରାରୋପଣ କଲେ ଜଙ୍ଗଲ ବିଭାଗ

The forest department planted saplings on Tangra land.


ଓଡ଼ଗାଁ:-  ଓଡ଼ଗାଁ ବନାଞ୍ଚଳର କୁରାଳ ଡିପିଏଫ୍ ଅଧିନସ୍ଥ ନାଉରିଆଗଡା ନିକଟସ୍ଥ ପଞ୍ଚୁପାଣ୍ଡବ ପାହାଡ଼ ପାଦଦେଶରେ ୧୫ହେକ୍ଟର ଟାଙ୍ଗରା ଭୂମି ଉପରେ ଚାରାରୋପଣ କାର୍ଯ୍ୟ କରାଯାଇଛି। ୭୩ତମ ବନ ମହୋତ୍ସବ ପାଳନ ଅବସରରେ ଏହି ଚାରାରୋପଣ କାର୍ଯ୍ୟ କରାଯାଇଥିଲା। ଏହି ଚାରାରୋପଣ କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ,ଓଡ଼ଗାଁ ବ୍ଳକ୍ ଅଧ୍ଯକ୍ଷ ଲେକନାଥ ସାହୁ , ୧ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଝିଲ୍ଲୀ ପ୍ରଧାନ, କୁରାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜନ୍ ପାଇକରାୟ, ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଆଶିଷ କହଁର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ପ୍ରକ୍ରୁତିପ୍ରେମୀ ମାନଙ୍କ ଦ୍ୱାରା ବିଭିନ୍ନ ଔଷଧୀୟ ସହ ମୂଲ୍ୟବାନ ଗଛ ଚାରାରୋପଣ କରାଯାଇଥିଲା। ଏହିପରି ଚାରାରୋପଣ ଯାରି ରହିଲେ ଭବିଷ୍ଯତରେ ପ୍ରକୃତି ଓ ପରିବେଶକୁ ସନ୍ତୁଳନ କରାଯାଇପାରିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୦/୭/୨୨ ---୬,୫୦    Sakhigopal News,10/7/2022

Blog Archive

Popular Posts