ଜଙ୍ଗଲ ରାସ୍ତାରେ ଯୁବକଙ୍କର ମୃତ୍ୟୁ ଦେହ ପଡ଼ିଛି
ଭଞ୍ଜନଗର --- ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା, ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ବାଦୁଆ ଗାଁ ନିକଟ ଜଙ୍ଗଲ ରାସ୍ତାରେ ପଡ଼ିଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାରରେ ଛନ୍ଦି ହୋଇ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ପ୍ରକୃତ କାରଣ ନେଇ ବନ ବିଭାଗ ପକ୍ଷରୁ କୈାଣସି ସୂଚନା ଦିଆଯାଇନାହିଁ । ଘଟଣା ସ୍ଥଳରେ, ବନବିଭାଗ କର୍ମଚାରୀ ମାନେ ଅନୁଧ୍ୟାନ କରୁଥିବା ନେଇ ସୂଚନା ଦେଇଛନ୍ତି ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ । ଭୋର ସମୟରେ ଏହି ଘଟଣା ନଜରକୁ ଆସିଥିବା ବେଳେ ମୃତକ ଜଣକ ନିକଟସ୍ଥ ଚାଞ୍ଚରାପଲ୍ଲୀ ଗାଁ ର ବୋଲି ଜଣାପଡ଼ିଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୮/୬/୨୦୨୫---୯,୩୫ Sakhigopal News,18/6/2025