Breaking News

ବର୍ଷ ଏକ ବିଶ୍ୱାସ ଘାତକ ଅନେକ ଲେଖିବା ପାଇଁ ଦାବୀ କଲେ ବ୍ଳକ ଅଧ୍ୟକ୍ଷ ; ବିଧାୟକଙ୍କ କଥାରେ ଚାଲିଛି ସତ୍ୟବାଦୀ ବ୍ଳକ



ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକରେ ରାଜ୍ୟ ସରକାର ବର୍ଷ ଏକ ଉପଲବ୍ଧି ଅନେକ କାର୍ଯ୍ୟକ୍ରମ କରିଛନ୍ତି । ମାତ୍ର ଏହା କେତେଦୂର ଠିକ କରିଛନ୍ତି ତାହା ନିଜକୁ ନିଜେ ପଚାରିବା ସମୟ ଆସିଛି ବୋଲି ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ପ୍ରଶ୍ନ ଉଠାଇଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଏକ ବର୍ଷ ମଧ୍ୟରେ ଏ ବିଶ୍ୱାସ ଘାତକ ସରକାର ଲୋକମାନଙ୍କୁ ଠକି ଚାଲିଛନ୍ତି । ଏକ ବର୍ଷ ମଧ୍ୟରେ ସାଂସଦ ଓ ବିଧାୟକ ନିଜ ପାଣ୍ଠିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଇନାହିଁ । ପୂର୍ବ ସରକାରଙ୍କ ସମୟରେ ସାଂସଦ ଓ ବିଧାୟକ ଫାଣ୍ଠି କୁ ମିଳିଥିବା ଟଙ୍କା ବର୍ତ୍ତମାନ ସରକାର ଏବେ ଖର୍ଚ୍ଚ କରୁଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି । ସେହିପରି ସତ୍ୟବାଦୀ ବ୍ଳକ ସାଂସଦ ଓ ବିଧାୟକଙ୍କ କଥାରେ ସତ୍ୟବାଦୀ ବ୍ଳକ ଚାଲିଛି । ଏପରିକି ଆଜିର କାର୍ଯ୍ୟକ୍ରମରେ ଦୁଇ ଜଣଙ୍କୁ ରାଶନ କାର୍ଡ ବଣ୍ଟନ କରାଯାଇଛି । ମାତ୍ର ଅନେକ ଲୋକମାନେ ରାଶନ କାର୍ଡ ପାଇବା ପାଇଁ ଆବେଦନ କରିଛନ୍ତି । ସେହିପରି ଯେଉଁମାନଙ୍କର ରାଶନ କାର୍ଡରେ ନାମ କଟି ଯାଇଛି ବା ଯୋଗ କରିବା ପାଇଁ ହଜାର ହଜାର ଲୋକମାନେ ଅପେକ୍ଷାରତ ଥିବା ବେଳେ ସେମାନଙ୍କ କଥା ଏ ସରକାର ଗ୍ରହଣ ବା ବିଚାର କଲେ ନାହିଁ । ସେହିପରି ବିଜୁପକ୍କା ଘର ନାମ ପରିବର୍ତ୍ତନ କରି ଅନ୍ତୋଦ୍ୟାୟ ଆବାସ ଯୋଜନା କରାଯାଇଛି । ସରକାର ନିର୍ବାଚନ ସମୟରେ ଦେଇଥବା ପ୍ରତିଶୃୁତି ଏକ ବର୍ଷ ମଧ୍ୟରେ ପୂରଣ କଲେ ନାହିଁ । ସେହିପରି ସତ୍ୟବାଦୀ ବ୍ଳକରେ ୨୪ ଗୋଟି ପଞ୍ଚାୟତ ମଧ୍ୟରୁ କେଉଁ ଉଦ୍ଦ୍ୟେଶ ରଖି ବିଡିଓ ଦୁଇଗୋଟି ପଞ୍ଚାୟତ ମଧ୍ୟରେ ଏହି ଯୋଜନା ସୀମିତ ରଖିଲେ ତାହା ଜଣାପଡୁନାହିଁ । ଅନ୍ୟ ପଞ୍ଚାୟତର ଲୋକମାନେ କ’ଣ ଏ ସରକାରଙ୍କୁ ଭୋଟ ଦେଇ ନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବ୍ଳକ ଅଧ୍ୟକ୍ଷ । ଏହି ଦୁଇ ପଞ୍ଚାୟତ କ’ଣ  ବିଧାୟକଙ୍କର ସାବତ ପୁଅ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏ ସରକାର କ’ଣ ବର୍ଷ ଏକ ବିଶ୍ୱାସ ଘାତକ ଅନେକ ବୋଲି ସତ୍ୟବାଦୀ ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୬/୨୦୨୫----୯,୫୫   Sakhigopal News, 19/6/2025

Blog Archive

Popular Posts