ପୌରପରିଷଦ ଏବଂ ପଞ୍ଚାୟତ ସମିତିର ମିଳିତ ସହଯୋଗରେ "ଆନ୍ତର୍ଜାତୀୟ ଯୋଗ ଦିବସ'ପାଳିତ
ଜଟଣୀ :--ଆଜି ଜଟଣୀ ପୌର ପରିଷଦ ଏବଂ ଜଟଣୀ ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ଉପାଧ୍ୟକ୍ଷା ଶ୍ରୀମତୀ ଆରତୀ ରାଉତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀମତୀ ରଶ୍ମିତା ନାଥ, ପାରିଷଦ ଗଣ ଉପସ୍ଥିତ ଥିଲେ। ଯୋଗ ଦିବସ ଉପଲକ୍ଷେ ଜଟଣୀ ଅଂଚଳର ଯୋଗ ଗୁରୁ ଶ୍ରୀ ଚିନ୍ତାମଣୀ ବେହେରା ଏବଂ ସହଯୋଗୀମାନେ ଉପସ୍ଥିତ ଥିବା ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଯୋଗ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ସିଧା ପ୍ରସାରଣର ମଧ୍ୟ ଆୟୋଜନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ "ଏକ ପେଡ ମା କେ ନାମ" କାର୍ଯ୍ୟକ୍ରମ ଅନ୍ତର୍ଗତ ପୌର ପରିଷଦ ପକ୍ଷରୁ ମହିଳା ଗୋଷ୍ଠୀଙ୍କ ଉପସ୍ଥିତିରେ ଷଣ୍ଢପୁର ଠାରେ ଥିବା ମଳ ଉପଚାର କେନ୍ଦ୍ର, ସମ୍ପଦ କେନ୍ଦ୍ର ଏବଂ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୬/୨୦୨୫----୧୦,୪୫ Sakhigopal News,21/6/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୬/୨୦୨୫----୧୦,୪୫ Sakhigopal News,21/6/2025