Breaking News

ସତ୍ୟବାଦୀରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ; ସୁସ୍ଥ ରହିବା ପାଇଁ ଯୋଗ କରିବାକୁ ଆହ୍ୱନ



ସାକ୍ଷୀଗୋପାଳ---- ସତ୍ୟବାଦୀରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହିତ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଆନ୍ତ ର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ବ୍ଳକ ପ୍ରଶାସନ ଓ ପତଞ୍ଜଳି ଯୋଗ ପରିବାରର ମିଳିତ ଆନୁକୂଲ୍ୟରେ ସତ୍ୟବାଦୀ ହାଇସ୍କୁଲ ପରିସରରେ ଆନ୍ତ ର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ,ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବ୍ଳକ ବିଡିଓ ଦେବାଶିଷ ନାୟକ  ଯୋଗ ଶିବିରଟିକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।  ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷୟତ୍ରୀ, ଶିକ୍ଷକ ମାନେ ଏହି ଯୋଗ ଶିବିରରେ ଯୋଗ ଦେବା ସହ ଯୋଗ ଶିକ୍ଷା ଗ୍ରହଣ କରିଥିଷଲ । ଅନ୍ୟତମ ଅତିଥି ଭାବେ ସତ୍ୟବାଦୀ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ପତଞ୍ଜଳି ଯୋଗ ପରିବାରର ସଭାପତି ପ୍ରହଲ୍ଲାଦ ଘଟୁଆରୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସତ୍ୟବାଦୀ ଦାଶ , ଯୋଗ ଶିକ୍ଷକ ସୁବାଷ ଚନ୍ଦ୍ର ମିଶ୍ର, ଜିଲ୍ଲାପରିଷଦ ସଭ୍ୟା ବିଷ୍ଠୁପିୟା ବରାଳ  ପ୍ରମୁଖ ଯୋଗ ଦେଇ ଯୋଗର ଉପକାରିତା ଉପରେ ମତାମତ ପ୍ରଦାନ କରିଥିଲେ । ବିଶେଷ କରି ପ୍ରତିଦିନ ୩୦ରୁ ୫୦ ମିନିଟ ଯୋଗ କରନ୍ତୁ ନିଜକୁ ରୋଗ ଠାରୁ ମୁକ୍ତ ରଖନ୍ତୁ ବୋଲି ଅତିଥି ଭାବେ ଯୋଗ ଦେଇଥିବା ସତ୍ୟବାଦୀ ଦାଶ ଉପସ୍ଥିତ ଥିବା ଛାତ୍ର ଛାତ୍ରୀଙ୍କ ସହିତ ବ୍ଳକର କର୍ମଚାରୀଙ୍କ ସହିତ ପତଞ୍ଜଳି ପରିବାରର ସଦସ୍ୟ ସଦସ୍ୟା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କହିଥିଲେ । ଭାରତ ବିକାଶ ପରିଷଦର ସମ୍ପାଦକ ନବଘନ ଶତପଥୀଙ୍କ ସହିତ ବିଜୟ କୁମାର ପରିଡା, ଶିକ୍ଷକ ବସନ୍ତ ସ୍ୱାଇଁ, ଅନୀଲ କୁମାର ବେହେରା ଓ ପତଞ୍ଜଳି ଯୋଗ ପରିବାର ସମ୍ପାଦକ ବିଷ୍ଠୁ ପ୍ରସାଦ ମିଶ୍ର, ପ୍ରତାପ ମହାଭୋଇ, ତାରେଣୀ ମିଶ୍ର  ସତ୍ୟବାଦୀ ହାଇସ୍କୁଲର ଶାରୀରିକ କ୍ରୀଡା ଶିକ୍ଷକ ସୁଚିତ୍ର ଖଟୋଇ ପ୍ରମୁଖ ଯୋଗ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।  ଅବସର ପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ଓଡିଆ ବିଶ୍ୱବିଦ୍ୟାଳୟ ପରିସରରେ ଆନ୍ତ ର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।


  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୬/୨୦୨୫---୬,୧୦    Sakhigopal News, 21/6/2025

Blog Archive

Popular Posts