ପଟ୍ଟା, ରାଶନ କାର୍ଡ ଓ ଅନ୍ତ୍ୟୋଦୟ ଆବାସ ଯୋଜନା ଗୃହର କାର୍ଯ୍ୟଦେଶ ବଣ୍ଟନ
ସାକ୍ଷୀଗୋପାଳ --- ସରକାରଙ୍କ ଏକ ବର୍ଷ ଶାସନର ପୂର୍ତ୍ତି ଅବସରରେ ବର୍ଷ ଏକ ଉପଲବ୍ଧି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର , ବିଧାୟକ ଓମ ପ୍ରକାଶ ମିଶ୍ର ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପରିସରରେ ୭ଜଣ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିବା ସହ ସରକାରୀ ବିଦ୍ୟାଳୟ ଓ ବ୍ୟକ୍ତିଗତ ୬୦ ଜଣଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ , ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସଭ୍ୟା ବିଷ୍ଠୁପିୟା ବରାଳ ପ୍ରମୁଖଙ୍କ ଉପସ୍ଥିତିରେ ପଟ୍ଟା ବଣ୍ଟନ କରାଯାଇଥିଲା । ସେହିପରି ବ୍ଳକ ପରିସରରେ ବର୍ଷ ଏକ ଉପଲବ୍ଧି ଅନେକ କାର୍ଯ୍ୟକ୍ରମକୁ ବିଡିଓ ଦେବାଶିଷ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିବା ବେଳେ ଅତିଥି ଭାବେ ସାଂସଦ ଓ ବିଧାୟକ ଯୋଗ ଦେଇ ଦୁଇ ଜଣଙ୍କୁ ରାଶନ କାର୍ଡ ବଣ୍ଟନ କରିଥିବା ବେଳେ ୧୮ ଜଣଙ୍କୁ ଅନ୍ତେଦ୍ୟାୟ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକର ବିଭିନ୍ନ କର୍ମଚାରୀ ଓ ସିଡିପିଓ ରାଜଲକ୍ଷ୍ମୀ ଦାଶ, ଅଙ୍ଗନୱାଡି କର୍ମୀ ଓ ଜୟପୁର ସମିତିସଭ୍ୟ ଦୀପକ ଶତପଥି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଧୃବଚରଣ ଦାଶଙ୍କ ସହିତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ସେମାନଙ୍କ ପଞ୍ଚାୟତରୁ କାହାରିକୁ ଏହି ବଣ୍ଟନ ମେଳାରେ ସାମିଲି କରାଯାଇନଥିବାରୁ ସେମାନଙ୍କର ମଦ ଦୁଖ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୬/୨୦୨୫----୭,୫୫ Sakhigopal News, 19/6/2025