Breaking News

ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ, ଭଞ୍ଜନଗର, ଗଞ୍ଜାମ ତରଫରୁ ପାଲେଷ୍ଟାଇନ ସଂହତି ଦିବସ ପାଳନ


ଭଞ୍ଜନଗର-- "ପାଲେଷ୍ଟାଇନ ସଂହତି ଦିବସ ପାଳନ  ଅବସରରେ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ତରଫରୁ "ଯୁଦ୍ଧ ନୁହେଁ ମୁକ୍ତ ପାଲେଷ୍ଟାଇନ "ପ୍ରସଙ୍ଗ ଭିତ୍ତିକ ଏକ ଆଲୋଚନା ଚକ୍ର ସାମ୍ମୁଖ୍ୟର ଆଇନଜୀବୀ ଅଭିମନ୍ୟୁ ଗୌଡ଼ଙ୍କ ସଭାପତିତ୍ୱରେ କୂର୍ମିକ୍ଷତ୍ରୀୟ କୁଳଘର ବାଉଁଶଲୁଣ୍ଡି ଠାରେ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବାରଆସୋସିଏସନର ସଭାପତି  ଆଇନଜୀବୀ ଲଷ୍ମୀକାନ୍ତ ମହାପାତ୍ର ଓ ସମ୍ମାନିତ ଅତିଥି ରୂପେ କବି ପ୍ରଶାନ୍ତ ମହାନ୍ତି ମଞ୍ଚାସିନ ଥିଲେ। ସଭାପତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କ୍ରମେ କହିଥିଲେ ଯେ, ୭ ଅକ୍ଟୋବର ୨୦୨୩ ଠାରୁ ଆଜସୁଦ୍ଧା ସାମ୍ରାଜ୍ୟ ବାଦୀ ଆମେରିକାର ସହଯୋଗରେ ଇସ୍ରାଇଲ ଏକ ପାଖିଆ ଭାବେ ଯୁଦ୍ଧ କରି ପ୍ରାୟ ୬୦ ହଜାର ଶିଶୁ,ମହିଳା,ନିରୀହ ଜନସାଧାରଣ ଙ୍କୁ ହତ୍ୟା କରିଛି। ତତସଙ୍ଗେ ସଙ୍ଗେ ସ୍କୁଲ, ବିଶ୍ୱ ବିଦ୍ୟାଳୟ, ଚିକିତ୍ସାଳୟ ସମେତ ବହୁ ଉଚ୍ଚଅଟାଳିକାକୁ ହଜାର ହଜାର ଟନ ର ବୋମା ମାଡ଼ରେ ଧ୍ଯସ୍ତ ବିଧ୍ୱସ୍ତ କରି ଅଧିକାଂଶ ଆଞ୍ଚଳକୁ ନିଜର ଦଖଲ କୁ ନେଇଯାଇଛି।ତେଣୁ ଏହି ଯୁଦ୍ଧକୁ ତୁରନ୍ତ ବନ୍ଦ କରାଯାଉ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।
      ସମ୍ମାନିତ ଅତିଥି କବି ପ୍ରଶାନ୍ତ ମହାନ୍ତି କହିଥିଲେ ଯେ ପଣ୍ଡିତ ନେହେରୁଙ୍କ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ଵ ଶାନ୍ତି ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ସମସ୍ତ ଙ୍କୁ ହୃଦବୋଧ ହୁଏ । ଭାରତ ସବୁବେଳେ ପାଲେଷ୍ଟାଇନ କୁ ଏକ ସ୍ୱତନ୍ତ୍ର ଦେଶ ର ମାନ୍ୟତା ଦେଇଆସୁଛି।
ଏସ. ଏନ. ପ୍ରଧାନ ଆଲୋଚନା କ୍ରମେ ବିଶ୍ୱର ସାମ୍ରାଜ୍ୟବାଦୀ ତଥା ଧନୀ ରାଷ୍ଟ୍ର ମାନଙ୍କ ଆଧିପତ୍ୟ ଓ ଔଧ୍ୟତ୍ୟ ଯୋଗୁଁ ସାରା ବିଶ୍ୱରେ ଯୁଦ୍ଧର ବାତାବରଣ ସୃଷ୍ଟି କରି ଯୁଦ୍ଧାସ୍ତ୍ର ବିକ୍ରୟ ପାଇଁ ସଦା ଚେଷ୍ଟିତ।
କୂର୍ମିକ୍ଷତ୍ରୀୟ ସଂସ୍ଥାର ସମ୍ପାଦକ ବୈଦ୍ୟ ପ୍ରଧାନ ଓ ନଗର କଂଗ୍ରେସ,ଭଂଜନଗର ସଭାପତି ସୁକାନ୍ତ ଦିଗାଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୮/୬/୨୦୨୫---୯,୩୫ Sakhigopal News,18/6/2025
               

Blog Archive

Popular Posts