ମିଲର ଧାନ ଉଠାଉନଥିବାରୁ ଚାଷୀ ଜିଲ୍ଲାପାଳ,ବିଡ଼ିଓ,ତହସିଲଦାର ,ଥାନାର ଦ୍ୱାରସ୍ଥ ହେଲେ
କଣାସ ---- : ରାଜ୍ୟ ସରକାର ବହୁ ବିଳମ୍ୱରେ କଣାସ ବ୍ଲକରେ ଧାନ ମଣ୍ଡି ଖୋଲିଥିଲେ | ଚାଷୀ ମାନେ ଆଗରୁ ଶାଗ ମାଛ ଦରରେ ଆନ୍ଦ୍ର ବେପାରୀ ମାନକୁ ଧାନ ବିକ୍ରି କରିଦଇଥିଲେ |ସରକାରୀ ମଣ୍ଡିରୁ ମିଲର ମାନେ ଧାନ ଉଠାଉନଥିବାରୁ ଆଜି କଣାସ ବ୍ଲକ ସିରେଇ ସମବାୟ ସମିତି ଧାନ ମଣ୍ଡିରୁ ମିଲର ଧାନ ଉଠାନଥିବାରୁ ଶତାଧିକ ଚଷୀ ପୁରୀ ଜିଲ୍ଲାପାଳ ,କଣାସ ବିଡ଼ିଓ ,କଣାସ ବ୍ଲକ ଯୋଗାଣ ଅଧିକାରୀ ,କଣାସ ତହସିଲଦାର ,କଣାସ ଥାନା ଅଧିକାରୀଙ୍କୁ ଭେଟି ଏକ ଦାବି ପତ୍ର ପ୍ରଧାନ କରିଛନ୍ତି| ଯଦି ଧାନ ଉଠାନଯାଏ ଆଗାମୀ ଦିନରେ ଚାଷୀ ମାନେ ରାଜରାସ୍ତକୁ ଓଲାଇବେ | ସୁଚନା ଯୋଗ୍ଯ ଯେ ସିରେଇ ସମବାୟ ସମିତିର ୩୩୦ଜଣ ଚାଷୀ ଧାନ ବିକ୍ରି କରିବାପାଇଁ ନାମ ପଞ୍ଜିକରଣ କରିଥିଲେ । ଅନ୍ୟ ପକ୍ଷରେ ଚାଷୀ ମାନେ ୧୫ ହଜାର କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଥିବା ବେଳେ ରାଜ୍ୟ ସରକାର ମାତ୍ର ସମବାୟ ସମିତିକୁ ୫୦୫୨,୪୧ କୁଇଣ୍ଟାଲ କିଣିବା ପାଇଁ ନିଦେଶ ଦେଇଛନ୍ତି | ଗୋପାଳଜି ରାଇସି ମିଳି ୩୦୫୨,୪୧ କୁଇଣ୍ଟାଲ ଧାନ ଉଠାଇବା ପାଇଁ ନିଦେଶ ଦେଇଥିବା ବେଳେ ଅଭିରାମ ରାଇସି ମିଳି ୨ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ନିଦେଶ ଦେଇଛନ୍ତି | ଏହି ଦୁଇ ମିଲର ଅଳ୍ପ ପରିମାଣର ଧାନ ଉଠାଇ ଦେଇ ବିଭିନ୍ନ ଆଳ ଦେଖାଇ ମଣ୍ଡି ରୁ ଧାନ ଉଠାଉ ନାହାନ୍ତି। ଯାହାକୁ ନେଇ ଚାଷୀମାନେ କହନ୍ତି ଏ ସରକାର କହନ୍ତି ଯାହା କରନ୍ତି ନାହଁ ତାହା । ବର୍ଷ ଏକ ବିଶ୍ବାସ ଘାତକ ଅନେକ ବୋଲି ଚାଷୀ ମାନେ କହିଛନ୍ତି। କଣା ରୁ ସୁଜିତ କୁମାର ତ୍ରିପାଠୀଙ୍କ ରିପୋର୍ଟ,୨୧/୬/୨୦୨୫---୧୦,୪୫ Sakhigopal News,21/6/2025