Breaking News

ବଜ୍ରାଘାତରେ ବୃଦ୍ଧାଙ୍କ ମୃତ୍ୟୁ

Old man dies of lightning strike.
 
ଭଞ୍ଜନଗର-  ବଜ୍ରାଘାତରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଭଂଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ପଞ୍ଚାୟତର ଅଗଝୋଳ ଗ୍ରାମରେ ଗୁରୁବାର ଅପରାହ୍ନରେ ଘଟିଛି  ଘଟଣା । ମୃତ ବୃଦ୍ଧା ଜଣକ ହେଲେ  କଳାବତୀ ନାଇକ(୭୦) । ଏହା ସହ ଘଟଣା ସ୍ଥଳରେ ଗୋଟିଏ ଛେଳିର ମଧ୍ୟ ମୃତ୍ୟୁ ଘଟିଛି । ଖବର ନେବାରେ ଜଣାପଡିଛି ନିଜ ଘର ବାଡି ପଟେ ଶୁଖାଇ ଥିବା ଲୁଗା ଆଣିବାପାଇଁ ଯାଇଥିବା ବେଳେ ହଠାତ୍ ଅଦିନିଆ ବର୍ଷ ସହ ବଜ୍ରାଘାତ ହୋଇଥିଲା ।  ଫଳରେ ଘର ନିକଟରେ ରେ ଥିବା ଏକ ଗଛକୁ ବଜ୍ରାଘାତ ହେବାସହ , ଏହାର ପ୍ରଭାବରେ  ନିକଟରେ ଥିବା ଗୋଟିଏ ଛେଳିର ମୃତ୍ୟୁ ହେବାସହ   କଳାବତୀ ଗୁରୁତର ହୋଇଥିଲେ । ଅଗ୍ନିଶମ ବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚି କଳାବତୀକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଭଞ୍ଜନଗର ପୁଲିସ ଖବରପାଇ ଚିକିତ୍ସାଳୟରେ ପହଞ୍ଚି ଶବକୁ ଜବତ କରିବା ସହ  ବ୍ୟବଛେଦ ପାଇଁ ପଠାଇଥିଲା । ଭଞ୍ଜନଗର ଥାନା କେସନଂ ୧୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ  ଥାନାଧିକାରୀ ଧୀରେଶ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୪/୨୦୨୨---- ୭,୪୦ Sakhigopal News,14/4/2022

Blog Archive

Popular Posts