Breaking News

ରାସ୍ତା କଡ଼ରେ ପୋଲରେ ପିଟିହୋଇ ବାଇକ୍ ଚାଳକଙ୍କର ମୃତ , ଅନ୍ୟ ଜଣେ ଗୁରୁତର

The motorcyclist was killed and another was injured in what became known as the Cold War.

 
ଭଞ୍ଜନଗର– ରାସ୍ତା କଡ଼ରେ ଥିବା ପୋଲରେ ବାଇକ୍ ପିଟିହେବାରୁ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ଜଣେ ଆହତ ହୋଇଛି । ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଗାଁ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଯୁବକ ବିକଳ ଜେନା ବୋଲି ଜଣାପଡିଛି । ଏବଂ ବାଇକ୍ ରେ ବସିଥିବା ଆଉଜଣେ ଯୁବକଙ୍କର ନାମ ଆନନ୍ଦ ସ୍ବାଇଁ । ଉଭୟଙ୍କ ଘର ସୋରଡ଼ା ଥାନା ଅନ୍ତର୍ଗତ ଲାଠିପଡା ଗ୍ରାମରେ । ଦୁହେଁ ମିଶି ବାଇକ୍ ରେ ଲାଠିପଡା ରୁ ଭଂଜନଗର ଯାଉଥିବା ବେଳେ ଭାଲିଆଖାଇ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ପୋଲରେ  ପିଟି ହୋଇଯାଇଥିଲେ ।  ସ୍ଥାନୀୟ ଲୋକେ  ଦୁଇ ଜଣଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜ ନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ଆହତ ଆନନ୍ଦ ସ୍ବାଇଁ ଙ୍କ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ ମୃତଦେହକୁ ଜବତ କରି  ଘଟଣା ର ତଦନ୍ତ ଚଳାଇଛି ଭଞ୍ଜନଗର ଥାନା ପୋଲିସ । ସୂଚନା ପ୍ରକାରେ ଦୁଇ ବନ୍ଧୁ ମୃତ ବିକଳ ଜେନା ଓ ଆନନ୍ଦ ସ୍ବାଇଁ , ନିଜ ଗାଁ ରେ ହୋଇଥିବା , ଦଣ୍ଡପର୍ବ ରେ ଦଣ୍ଡୁଆ ଭାବେ ୧୩ ଦିନ ଧରି ସାମିଲ ଥିଲେ । ଗତ ବୁଧବାର ଦିନ ମେରୁ ଯାତ୍ରା ହେବାପରେ , ଗୁରୁବାର ସକାଳେ ନିଜ ମାନସିକ ପୁରଣ କରିଥିଲେ । କିଛି ସମୟପରେ ଉଭୟେ ଗୋଟିଏ ବାଇକ୍ ରେ କୈାଣସି କାମରେ ଭଞ୍ଜନଗର ଯାଉଥିବା ବେଳେ ଏହି ଦୁର୍ଘଟଣା  ଘଟିଛି । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୪/୨୦୨୨----୭,୫୫ 
Sakhigopal News,14/4/2022

Blog Archive

Popular Posts