ବାରଦେଶ ଯାଦବକୂଳର ବାର୍ଷିକ ବୈଠକ
Annual meeting of Bardesh Yadavkula.
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ନିକଟ ଭାର୍ଗବୀ ନଦୀର ଭୃଗୁ ତଥା ସାଗରସ୍ନାନ ତୋଟାରେ ଯାଦବକୂଳର ପଶ୍ଚିମ ବାର ଦେଶର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପଞ୍ଚାୟତ ର ଯଥା ବଳପୁର, ଝଜାପଡା, ଅରେଇସାହି, ସୁଆଁଲୋ କହଳପଡା, ସୁନ୍ଦର, ଗୋବିନ୍ଦପୁର, ରାୟଖଣ୍ଡି, ପୋତାପୋଖରୀ, ବନମାଳୀପୁର ,ନାଲିହଣା, ଜୟରାମପୁର ଆଦି ପଞ୍ଚାୟତର ଗୋପାଳ ଓ କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ବାରଦେଶର ସଭାପତି କୈଳାସ ବେହେରା ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଜାତିକୂଳର କିଛି ପାରିବାରିକ କନ୍ଦଳର ଆପୋସ ସାମାଧାନ କରାଯିବା ସହ ଅନେକ ମନାନ୍ତର ହୋଇଥିବା ଘଟଣା ଆଲେଚନା କରାଯାଇ ମିଳାମିଶା କରାଯାଇଥିଲା । ସମ୍ପାଦକ ଶିଖର ବେହେରା ବାର୍ଷିକ ଆୟବ୍ୟୟର ହିସାବ ରଖିଥଲେ । ହଟ କିଶୋର ବେହେରା, ହରିହର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ମଙ୍ଗୁଳି ଦାସ, ଭ୍ରମର ବେହେରା,ଗୟା ଦାସ, ଧୋବା ବେହେରା, କାଶୀନାଥ ବେହେରା, ସନାତନ ବେହେରା, ନାରାୟଣ ଦାସ, ରବି ବେହେରା, ଗଙ୍ଗାଧର ବେହେରା, ରମେଶ ବେହେରା ପ୍ରମୁଖ ବାରଦେଶର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୨---୫,୪୦
Sakhigopal News, 11/4/2022