Breaking News

ବାଲି ହାଇୱା ଟ୍ରକ ଧକ୍କାରେ ଦମ୍ପତି ଗୁରୁତର

The couple was seriously injured in the crash


ସାକ୍ଷୀଗୋପାଳ----୩୧୬ନଂ ଜାତୀୟ ରାଜପଥର କାଦୁଆ ଛକ ନିକଟରେ ଏକ ମଟର ସାଇକେଲ ପଛରୁ ବାଲି ହାଇୱା ଧକ୍କା ଦେବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଦମ୍ପତି । ଡେଲାଙ୍ଗ ହରିରାଜପୁର ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରା ନିଜ ମଟର ସାଇକେଲ ଯୋଗେ ପୁରୀ ଯାଉଥିଲେ । ସାକ୍ଷୀଗୋପାଳ ନିକଟସ୍ଥ କାଦୁଆ ଛକରେ ଏକ ବାଲି ବୋଝୋଇ ହାୱାଇ ଗାଡି ମଟର ସାଇକେଲ ପଛରେ ଧକ୍କା ଦେଇ ପଳାଇ ଯାଇଥିଲା । ଗାଡି ଧକ୍କା ଦେବାରୁ ପ୍ରକାଶ ଓ ତାଙ୍କ ପତ୍ନୀ ତଳେ ପଡି ଯାଇଥିଲେ । ପ୍ରକାଶଙ୍କ  ହାତର ଏକ ଆଙ୍ଗୁଟି ଉପରେ ଟ୍ରକର ଚକା ଚଡିଯାଇଥିଲା । ତାଙ୍କୁ ତୁରନ୍ତ ସ୍ଥାନୀୟ ଯୁବକ ମାନେ ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ ।ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଭୁବନେଶ୍ୱର ମେଡିକାଲକୁ ପଠାଯାଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୨---୫,୪୦   Sakhigopal News, 16/4/2022

Blog Archive

Popular Posts