Breaking News

ଶୋଇଥିବା ବେଳେ , ଛାତରୁ ପଡି ଯୁବକଙ୍କର ମୃତ୍ୟୁ

While sleeping, the young man fell from the roof and died.
 
ଭଞ୍ଜନଗର --  ଭାରତୀୟ ନେଭି ରେ ଚାକିରି କରୁଥିଲେ । ଛୁଟିରେ ଗାଁ କୁ ଆସିଥିଲେ । ରାତି ପାହିଲେ ପୁଣି ନିଜ କର୍ମସ୍ଥଳକୁ ଫେରି ଯାଇଥାନ୍ତେ । ସମସ୍ତ ପ୍ରସ୍ତୁତି ସରିଥିଲା । କାଳବୈଶାଖୀ ପ୍ରଭାବରୁ , ରାତି ପର୍ଯ୍ୟନ୍ତ ଦୀର୍ଘ ସମୟଧରି ବିଦ୍ୟୁତ କାଟ୍ ହୋଇଥିଲା । ନିଜ ଘରର ଛାତ ଉପରେ ରାତିରେ ଶୋଇଥିଲେ । ହେଲେ ଭୋର ସମୟରେ , ପରିବାର ଲୋକେ ଦେଖିବାକୁ ପାଇଥିଲେ , ଅଚେତ ଅବସ୍ଥାରେ ଛାତ ତଳେ ସେ ପଡିଛନ୍ତି । ଶେଷରେ ଡାକ୍ତରଖାନା ରେ ମୃତ ଘୋଷଣା କରିଥିଲେ ଡାକ୍ତର । ଗଂଜାମ ଜିଲ୍ଲା   ଗାଙ୍ଗପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତକ ବାସୁଦେବପୁର ଗ୍ରାମର କୃଷ୍ଣଚନ୍ଦ୍ର ଗୈାଡ । ଗାଙ୍ଗପୁର ଥାନା ପୋଲିସ ଖବରପାଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି , ମୃତ ଦେହକୁ ଜବତ କରିବା ସହ ବ୍ୟବଛେଦ କରାଇଥିଲେ । ଏହି ଘଟଣାକୁ ନେଇ ଗାଙ୍ଗପୁର ଥାନା କେସନଂ ୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଦାୟିତ୍ବରେ ଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି ।
 କୃଷ୍ଣଚନ୍ଦ୍ର ପରିବାରର ଏକମାତ୍ର ରୋଜଗାରିଆ  ପୁଅ ଥିଲେ ।  ଗତ ୬ ବର୍ଷ ହେଲା ଭାରତୀୟ ନେଭି ରେ ସିପାହୀ ଭାବେ ନିଯୁ୍କ୍ତି ପାଇଥିଲେ । ପ୍ରଥମେ ବିଶାଖାପାଟଣା ଓ ପରେ ମୁମ୍ପ୍ବାଇ ଠାରେ ନିଯୁକ୍ତି ପାଇଥିଲେ । କୌଣସି ଘରେଇ କାମରେ କିଛି ଦିନ ହେଲା ଘରକୁ ଛୁଟିରେ ଆସିଥିଲେ । ଛୁଟି ସରିଯାଇଥିବାରୁ ସେ ନିଜ କର୍ମସ୍ଥଳକୁ  ଯୋଗ ଦେବାପାଇଁ ପ୍ରସୁତ ହୋଇ ସାରିଥିଲେ  ।   ଗୁରୁବାର ରାତି ରେ ଖାଇସାରି ଶୋଇବାକୁ ଛାତ ଉପରକୁ ଯାଇଥିଲେ। ରାତିରେ ଶୋଇଥିବା ସମୟରେ ଛାତ ତଳକୁ ଖସି ପଡି ଗୁରୁତର ଅବସ୍ଥାରେ ପଡିରହିଥିଲେ ।ସକାଳୁ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଭଂଜନଗର ମେଡିକାଲରେ , ଭର୍ତ୍ତି କରିଥିଲେ । ଏହି ଘଟଣାକୁ ନେଇ , ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୪/୨୦୨୨-------୧୦,୨୦ Sakhigopal News,15/4/2022

Blog Archive

Popular Posts