Breaking News

ଘୋରଡିଆରେ ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ଦୟଣାଚୋରୀ ମେଳଣ ଉଦଘାଟିତ

Hundreds of devotees unveiled in Ghordia


ଡେଲାଙ୍ଗ ---- ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆ । ଏହି ଗ୍ରାମରେ କାହିଁ କେଉଁକାଳରୁ ଏଠାରେ  ଦୟଣାଚୋରୀ ମେଳଣ ବା ଘୋରଡିଆ ମେଳଣ ଅନୁଷ୍ଠିତ ହୋଇଆସୁଛି । ଏପରିକି ଏହି ମେଳଣ ମାସ ମାସ  ଧରି ଚାଲିଥାଏ । ମାତ୍ର ଠାକୁର ଦୁଇ ଦିନ ରହିବା ପରେ ଉଠିଯାଇଥାନ୍ତି  ମାତ୍ର ମେଳଣ ପଡିଆରେ କିଣାବିକା ଚାଲିଥାଏ ।  ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁ ବିନା ଭକ୍ତରେ ଶେଷ ହୋଇଥିଲା । ଏବର୍ଷ କଭେିଡ କଟକଣା ଉଠି ଯାଇଥିବାରୁ ବହୁ ଲୋକଙ୍କର ସମାଗମ ହୋଇଥିଲା ।   ବିଷ୍ଣୁଦମନକ ଚତୁର୍ଦ୍ଦଶୀ ରାତିରେ ଏହି ମେଳନ ଅନୁଷ୍ଠିତ ହୋଇଥାଏ । ପୁରୀ ଜିଲ୍ଲା ପ୍ରସିଦ୍ଧ ଦୟଣାଚୋରୀ ମେଳନ ପୂଜା କମିଟି  ଓ ସ୍ଥାନୀୟ ଯୁବକ ମାନଙ୍କ ସହିତ ଆଲେଚନା କରାଯାଇ ଏ ବର୍ଷ ମେଳନ ଶାନ୍ତଶୃଙ୍ଖଳାରେ କରାଯିବ ପାଇଁ ନିସ୍ପତି କରାଯାଇଥିଲା । ଠାକୁରଙ୍କ ରାତିରେ ସମସ୍ତ ନୀତିକାନ୍ତି ସରିବା ପରେ ସେବାୟତ ଓ କମିଟି ସଦସ୍ୟ ମାନଙ୍କ ସହିତ ସୁସଜିତି ବିମାନରେ ଘୋରଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀରାଧାକାନ୍ତ ଓ ଶ୍ରୀରାଧାମୋହନ ଦେବ ଦୁଇଟି ବିମାନରେ ଦୟଣାଚୋରୀ କରିବା ପାଇଁ ଦୟାନଦୀ ପାଖ ବଗିଚାକୁ ଯାଇଥିଲେ । ସେଠାରେ ଲୁଚିକି ରହିଥିବା ମାଳି ହାତରେ ଧରାପଡି ମେଳନ ପଡିଆରେ ବନ୍ଦାହୋଇ ପଡି ରହିଥିଲେ । ସକାଳୁ ସାକଳୁ ସମସ୍ତେ ଦେଖିଲା ପରେ ଆରମ୍ଭ ହୋଇଥିଲା ମେଳନ । ପାଖରେ ଥିବା ଘୋରଡିଆ ମେଳନ ପଡିଆରେ ସୁସଜିତ କୁଞ୍ଜ ବିମାନରେ ଠାକୁରଙ୍କୁ ଭକ୍ତ ମାନେ ଦର୍ଶନ କରିବା ସହ ମାନସିକ ଭୋଗ କରିଥିବାର ଦେଖାଯାଇଥିଲା ।  ଏହି ମେଳଣର ଅନ୍ୟ ଏକ ଆକର୍ଷଣ ହେଉଛି ତଗା । ଯାହାକି  ଗୁଆ ଗଛର ଦଣ୍ଡକୁ ସୁସଜିତକ କରାଯାଇ ଠାକୁର ଆସିବା ଆଗରୁ ଏହି ଦଣ୍ଡ ମେଳଣ ପଡିଆକୁ ଆସିଥାଏ । ସେହିପରି ଗ୍ରାମର ବିଭିନ୍ନ କ୍ଳବ, ଯାଗାଘର, ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ  ବିଭିନ୍ନ କୁଞ୍ଜ ମାନ ତିଆରି କରାଯାଇ ମେଳଣ ପଡିଆରେ ରଖାଯାଇଥାଏ । ବିଭିନ୍ନ ମେଳଣକୁ ଠାକୁର ରଥ ବା ଫୁଲରେ ସୁସଜିତ ବିମାନରେ ଆସିଥାନ୍ତି । ମାତ୍ର ଘୋରଡିଆ ମେଳଣରେ ଏହା ଦେଖିବାକୁ ମିଳନଥାଏ । ଯେଉଁ ବିମାନ ବା ରଥ ଆସିଥାଏ ତା ଏକ ଝୁଲଣ ସମୟରେ ଯେଉଁପରି ସଜାଯାଇଥାଏ ଠିକ ସେହିପରି ଏହି ଦୁଇଟି ବିମାନକୁ ଝୁଲଣ ପରି ଜରି ,ଜମ୍ବୁରା ଓ ଶୋଲରେ ଫୁଲ, ମାଙ୍କଡ, ବଣି, ବଗ, ଓଲଟଶୁଆ, ମୟୁର, ନର୍ତ୍ତକୀ ଆଦି ପ୍ରସ୍ତୁତ କରାଯାଇ ସଜା ଯାଇଥାଏ । ସେହିପରି ଏହି ମେଳଣକୁ ଏହି ଦୁଇ ଠାକୁରଙ୍କ ବାନ ଅନ୍ୟ କୌଣସି ଠାକୁର ଆସିବାର ପରମ୍ପରା ନାହିଁ ।  ମେଳଣ କମିଟି ଓ  ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଠାରେ ମଧ୍ୟ କବିତା ଆସର କରାଯିବା ପାଇଁ ସ୍ଥିର କରାଯାଇଛି  । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୨---୫,୪୦

Blog Archive

Popular Posts