ଟ୍ରେନ୍ ଦୁଘର୍ଟଣାରେ ଓଡ଼ିଆ ଶ୍ରମିକଙ୍କ ଚିକିତ୍ସାଧିନ ଅବସ୍ଥାରେ ୬ ଦିନ ପରେ ମୃତ୍ୟୁ
Six days after Oriya worker died in train crash
ଭଞ୍ଜନଗର -- ପରିବାର ଲୋକଙ୍କ ବିଶ୍ବାସ ଥିଲା , ଆହତ ପୁଅ ଚିକିତ୍ସିତ ହୋଇ ଭଲ ହୋଇଯିବ । ପୁଣି ଘରକୁ ଫେରି ଆସିବ । ଘରକୁ ଆସିଲେ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଛାଡିବୁନି । ଗାଁ ରେ ମୂଲ ଲାଗିବ, ଯାହା ରୋଜଗାର କରିବ ସେଥିରେ ପରିବାର ଚଳିବ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ୬ ଦିନର ଜୀବନ ସଂଗ୍ରାମ ରେ ହାରିଗଲା ପୁଅ । ଘରେ ପହଞ୍ଚିଲା ପୁଅର ମୃତ୍ୟୁ ଖବର । ଭାଙ୍ଗି ପଡ଼ିଲେ ପରିବାର ଲୋକେ । ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମର ଅଭିରାମ ନାଇକଙ୍କ ପୁଅ ଜିତୁ ନାଇକ । ଗତ ୧୨ ତାରିଖରେ ଟ୍ରେନ ଧକ୍କା ରେ ଗୁରୁତର ଆହତ ହୋଇଥିଲେ । ଶ୍ରୀକାକୁଲମ ଜିଲ୍ଲାର ଚିକୁରୀପାଲ୍ଲୀ ଷ୍ଟେସନ ନିକଟରେ ଭୁବନେଶ୍ୱରରୁ ମୁମ୍ପ୍ବାଇ ଯାଉଥିବା ର୍କେଣାକ ଏକପେସ୍ରରେ ଦୁଘର୍ଟଣାରେ ଆହତ ହେଇଥିଲେ ଜିତୁ । ଆହତ ଅବସ୍ଥାରେ ବିଶାଖାପାଟଣା ର ଏକ ମେଡିକାଲ ରେ ଚିକିତ୍ସ ହେଉଥିଲେ । ମୃତ୍ୟୁ ସଂକ୍ରାନ୍ତରେ ପରିବାର ଲୋକଙ୍କ ପାଖରେ ଖବର ପହଞ୍ଚିଥିବା ନେଇ ସୁଚନା ମିଳିଛି । ଖବର ନେବାରେ ମୃତ୍ୟୁ ଜିତୁ ଗତ ୪ମାସ ତଳେ ଦାଦନ ଖଟିବାକୁ ତାମିଲିନାଡୁ ଯାଇଥିଲେ । ମେ ୪ ତାରିଖରେ ତାଙ୍କର ବିବାହ ସ୍ଥିର ହୋଇଥିବାରୁ ସେ ଗ୍ରାମକୁ ଫେରୁଥିଲେ । ଗତ ୧୨ତାରିଖରେ ଦୁଘର୍ଟଣା ଘଟିଥିଲା । ସେହି ଦିନ ଠାରୁ ଜିତୁ ବିଶାଖାପାଟଣା ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଲା । ଏହି ଖବର ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳି ଯାଇଛି । ଅଭିରାମ ଜଣେ ଗରିବ ଶ୍ରେଣୀର । ତାଙ୍କ ନିକଟରେ କିଛି ସରକାରୀ ଯୋଜନା ମିଳିଥିବା ବେଳେ କିଛି ଯୋଜନା ଅପହଞ୍ଚ ରହିଥିବା , ମୃତ ଜିତୁର ମା କହିଛନ୍ତି । ମୃତ ଜିତୁ ଅଭିରାମଙ୍କ ଏକ ମାତ୍ର ରୋଜଗାରିଆ ପୁଅ । ଗ୍ରାମବାସୀ ଙ୍କ କହିଥିବା ପ୍ରକାରେ ଏହି ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇବା ଜରୁରୀ ହୋଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୪/୨୦୨୨---୬,୫୦ Sakhigopal News,16/4/2022