ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ନିର୍ମାଣଧୀନ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କଲେ ;୫ଟି ସଚ୍ଚିବ
The project reviewed the construction work in the historic village of Suando; 5 secretaries
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମ ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିକୁ ଐତିହ୍ୟ ଗ୍ରାମ ଭାବେ ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି । ଏହା ପରେ ଆରମ୍ଭ ହୋଇଯାଇଛି ଗ୍ରାମର ନବୀକରଣ । ଏଠାରେ ନିର୍ମାଣଧୀନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଶନିବାର ସକାଳ ୭ଟାରେ ୫ଟି ସଚ୍ଚିବ ଭି,କେ, ପାଣ୍ଡିଆନ । ପ୍ରକଳ୍ପ ପାଇଁ ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପର ନିର୍ବାଣ ଦାୟତ୍ୱ ନେଇଛି ଓଡିଶା ସେତୁ ଓ ନିର୍ମାଣ ନିଗମ । ୩୧୬ନଂ ଜାତୀୟ ରାଜପଥର ପୁରୀ- ଭୁବନେଶ୍ୱରର ପଟ୍ଟନାୟକିଆ ଛକ ଠାରେ ଏହି ଐତିହ୍ୟ ଗ୍ରାମକୁ ଯିବା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ଏକ ସୁଚନାକେନ୍ଦ୍ର ସହିତ ରେଷ୍ଟୁରାଣ୍ଟ କାମ ଚାଲିଛି । ପଟ୍ଟନାୟିକିଆ ଛକ ଠାରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ ରାସ୍ତାପ୍ରଶସ୍ଥୀ କରଣ କାମ ସରିଥିଲେ ମଧ୍ୟ । ମାତ୍ର ସୁଆଣ୍ଡୋ ବିଜ୍ର ଠାରୁ ସୁଆଣ୍ଡୋ ଗ୍ରାମ ଛକ ପର୍ଯ୍ୟନ୍ତ ଚନ୍ଦନପୁର କେନାଲ କାମ ଚାଲିଛି । ସେହିପରି ଗ୍ରାମ ଦାଣ୍ଡ ରାସ୍ତା କାମ ଚାଲିଛି । ଗୋପବନ୍ଧୁଙ୍କ ଜନ୍ମ ଗ୍ରହଣ କରିଥିବା ଅବସ୍ଥାରେ ଥିବା ଘର ସେହି ରୂପରେଖରେ ରଖାଯାଉଛି । ସେହି ମାଟିକାନ୍ଥ ସହିତ ହକ୍ଷୀଣଆଟୁ ଓ ନଡାଛପର ଘର କାମ ଦେଖି ୫ଟି ସଚ୍ଚିବ ଖୁସି ମତବ୍ୟକ୍ତ କରିଥିଲେ । ଏହି ସମୀକ୍ଷା ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଓଡିଶା ସେତୁ ଓ ନିର୍ମାଣ ନିଗମ ମୁଖ୍ୟ ପରିଚାଳକ ଜୟକୃଷ୍ଣ ଦାସ, ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରୋଜେକ୍ଟ ମ୍ୟାନେଜର ପ୍ରଦିପ କୁମାର ସାହୁ, ଓଡିଶା ସେତୁ ଓ ନିର୍ମାଣ ନିଗମ ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ, ତହସିଲଦର ଜୟନ୍ତ କୁମାର ଜୟସିଂ, ବିଡିଓ କ୍ଷୀରୋଦ କୁମାର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଅମିତ୍ର ଗଜେନ୍ଦ୍ର , ସହକାରୀ ଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ, ପୂର୍ତ୍ତ ବିଭାଗର ଯନ୍ତ୍ରୀ ମନୋଜ ନାୟକଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିର୍ମାଣଧୀନ ମିୟୁଜିୟମ, ପୁଷ୍କରଣୀ, ସଂଗ୍ରହାଳୟ ଗୃହ, ପ୍ରତିମୂତ୍ତି ସ୍ଥାପନ ପିଣ୍ଡି, ପିଲାମାନଙ୍କ ପାଇଁ ପାର୍କ କାର୍ଯ୍ୟ ବୁଲି ଦେଖିଥିଲେ । ବିଶେଷ କରି ମହୀଶୁରର ବୃନ୍ଧାବନ ଗାର୍ଡେନ ପାର୍କ ପରି ଏଠାରେ ଏକ ପାର୍କ ନିର୍ମାଣ କରାଯିବ । ସୁଆଣ୍ଡୋ ଗ୍ରାମକୁ ଭୂତଳ ବିଦ୍ୟୁତ ସଂଯୋଗ କରିବା ପାଇଁ ୫ଟି ସଚିବ ପୁରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷ କରି ଅଗଷ୍ଟ ୧୫ ତାରିଖ ସୁଦ୍ଧା ପ୍ରକଳ୍ପର କାମ ସାରିବାକୁ ସଚ୍ଚିବ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ କରି ୧୫ ଫୁଟ ଉଚ୍ଛତାର ଏକ ରାଜ୍ୟର ସର୍ବବୃହତ ବ୍ରୋଞ୍ଜର ପ୍ରତିମୂର୍ତ୍ତି ମିୟୁଜିୟମ ପରିସରରେ ସ୍ଥାପନ କରାଯିବ ବୋଲି ଜଣାପଡିଛି । ଏପରିକି ଜଣେ ପର୍ଯ୍ୟଟକ ଏଠାକୁ ଆସିଲେ ଖୁସି ହୋଇ ଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୨---୫,୨୫
Sakhigopal News, 16/4/2022