ଟାକେରା ଘାଟିରେ ବସ ଏବଂ ଗ୍ୟାସ ବୋଝେଇ ଟ୍ରକ ମଧ୍ୟରେ ଧକ୍କା: ୧ ମୃତ୍ୟୁ,୧୪ ଆହତ
A truck carrying bus and gas collided head-on in the Takera Valley, killing one person and injuring 14 others.
ନୟାଗଡ଼-- ନୟାଗଡ ଜିଲ୍ଲା ଟାକେରା ଘାଟିରେ ବସ ଏବଂ ଗ୍ୟାସ ବୋଝେଇ ଟ୍ରକ ମଧ୍ୟରେ ମୁହାଁ ମୁହି ଧକ୍କା। ବସ ର ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଟ୍ରକ ଡ୍ରାଇଭର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ତାଙ୍କ ନାମ ସୁରେନ୍ଦ୍ ରାଉତ ବୋଲି ଜଣାପଡିଛି । ତାଙ୍କ ଗ୍ରାମ ବୈଦେଶ୍ୱର ବୋଲି ଜଣାପଡିଛି। ବସ ଡ୍ରାଇଭର - ହେମନ୍ତ କୁମାର ଦାସ ଗୁରୁତର ଅବସ୍ଥାରେ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । 14 ରୁ ଉର୍ଦ୍ଧ୍ବ ବସ ଯାତ୍ରୀ ଆହତ ବୋଲି ଜଣାପଡିଛି। ସେମାନଙ୍କୁ ଦଶପଲ୍ଲା ଡ଼ାକ୍ତରଖାନାରେ ଚିକିତ୍ସା କରିଯାଉଛି । ଘଟଣା ରୁ ପ୍ରକାଶ ଯେ ବସ ଟି ଓଡ଼ିଶା ପରିବହନ ନିଗମର । ଜଟଣୀ ରୁ କଣ୍ଟାମାଳ ଯାଇ ଆଜି କଣ୍ଟାମାଳ ରୁ ଫେରି ଜଟଣୀ ଆସୁଥିବା ବେଳେ ଦଶପଲ୍ଲା ପତୁ ଯାଉଥିବା ଗ୍ୟାସ ବୋଝେଇ ଟ୍ରକ ସହ ଟାକେରା ଘାଟିରେ ମୁହାଁ ମୁହିଁ ଧକା ହୋଇଥିଲା । ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଉଧାର କରିବା ସହ ଦୁର୍ଘଟଣା ଗସ୍ତ ଗାଡି ଦୁଇଟି କୁ ରାସ୍ତା ରୁ ହରାଇଛନ୍ତି ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨/୪/୨୦୨୨--୩,୨୫ Sakhigopal News,2/4/2022