ଉତ୍କଳ ଦିବସରେ ରେଡକ୍ରସ ତରଫରୁ କିଟ୍ ବଣ୍ଟନ
Distribution of kits from the Red Cross on Utkal Day.
ବଲାଙ୍ଗିର: ସଇଁତଲା---- ଭାରତ ରେଡକ୍ରସ ସୋସାଇଟି ଓଡିଶା ନାରାୟଣ କଲୋନୀ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ହାଇଜେନିକ୍ କିଟ୍ ବଣ୍ଟନ କରାଯାଇଛି। ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଡ. ଦୈତ୍ୟାରୀ ପୁଜାରୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜରୁରିକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସଂପାଦିକା ରୀନା କୁମାରୀ ନାଏକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଯୁବ ରେଡକ୍ରସ ଜିଲ୍ଲା ସଂପାଦକ ମଦନ ମୋହନ ପ୍ରଧାନ, ଲୋଇସିଂହା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ସୁନନ୍ଦାରାଣୀ ମହାପାତ୍ର, ଅଙ୍କରିଆପଦର ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ରଶ୍ମିରାଣୀ ଦାଶ ଯୋଗ ଦେଇଥିଲେ। ଅନ୍ତେବାସୀଙ୍କୁ ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶ୍ରୀମତୀ ନାଏକ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଗୁରୁତ୍ୱ ସହ କରୋନା ଭୂତାଣୁକୁ ପ୍ରତିହିତ କରିବା ପାଇଁ ମାକ୍ସ ଓ ସାନିଟାଇଜର ବ୍ୟବହାର କରିବା ପାଇଁ ବୁଝାଇଥିଲେ।
ଏହି ଅବସରରେ ଅନ୍ତେବାସୀମାନଙ୍କୁ ମାକ୍ସ ଓ ସାନିଟାଇଜର କିଟ୍ ବଣ୍ଟନ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଂଗୀତ ଅନ୍ତବାସୀମାନଙ୍କ ସହିତ ଗାନ କରାଯାଇ ଉତ୍କଳ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ରେଡକ୍ରସ କର୍ମୀମାନେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀନିବାସ ତ୍ରିପାଠୀ, ଇଶାନେଶ୍ୱର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ସହଯୋଗ କରିଥିଲେ। ଶେଷରେ ରେଡକ୍ରସ୍ କର୍ମୀ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୨/୪/୨୦୨୨---୩,୧୫ Sakhigopal News,2/4/2022