ସଇଁତଲା ଠାରେ ଆଦିବାସୀ ଦଳିତ ଏକତା ସଂଘ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି
Ambedkar's jubilee has been celebrated by the Adivasi Dalit Ekta Sangh in Saintala.
ବଲାଙ୍ଗିର:ସଇଁତଲା / ସଇଁତଲା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ବଙ୍ଗଳା ଠାରେ ସମ୍ବିଧାନ ନିର୍ମାତା ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଜନ୍ମ ଜୟନ୍ତୀ ସଭାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ଗୁଣସାଗର ମାଝୀ, ପ୍ରୀତିସାଗାର ମହାନନ୍ଦ,ପ୍ରମୋଦ ଭୋଇ,କୃଷ୍ଣଚନ୍ଦ୍ର ସାହୁ,ସନ୍ତୋଷ ପୁଟା ଓ ଆଇନଜୀବୀ ହୀଜକ୍ଷ ତାଣ୍ଡି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଥମେ ମହାତ୍ମା ବୁଦ୍ଧ ଓ ଭାରତ ରତ୍ନ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ବୁଦ୍ଧ ବନ୍ଦନା ଗାନ କରାଯାଇଥିଲା । ପରେ ଅତିଥି ମାନେ ଆମ୍ବେଦକରଙ୍କ ଯିବନି ଉପରେ ଆଲୋକପାତ କରିବା ସହ ଭାରତୀୟ ସମ୍ବିଧାନ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ । ଉକ୍ତ ଅବସରରେ ବ୍ଲକର ଅନୁସୁଚିତ ଜାତି ଓ ଜନଜାତିର ନିର୍ବାଚିତ ପ୍ରତିନିଧି ବ୍ଲକ ଅଧକ୍ଷ ଓ ଉପାଧକ୍ଷ ଜିଲ୍ଲାପରିଷଦ ସଭ୍ୟ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଆଦିବାସୀ ଦଳିତ ଏକତା ସଂଘ ତରଫରୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ ସଭାରେ ସାଇଁତଲା ମୋନିକା ସିଂଭୋଇ ବ୍ଲକ ଅଧ୍ୟକ୍ଷ ଡେଙ୍ଗ ପଂଚାୟତ ସମିତି ସଭ୍ୟ ସିମ୍ରନ ସିଂ ଭୋଇ, ଜୁରାବନ୍ଦ ପଞ୍ଚାୟତର ସରପଞ୍ଚ କରିସ୍ମା ନନ୍ଦ,ଗଣ୍ଡପତ୍ରପାଲିର ସରପଞ୍ଚ ମନୀଷ ସୁନା,କୁଇକେଡା ସରପଞ୍ଚ ଯୁଗଲାଲ ମାଝୀ,ରାଜେନ୍ଦ୍ର ଯାନୀ,ଅନୁରାଧା ସେଟ,ରାମା ଛତ୍ରୀଆ ଓ ସମିତି ମଦନ ନାଗ,ଆରତୀ ସେଟ,ଚାନ୍ଦୁଲାଲ ମାଝୀ,ଅମୃତା ଦୀପ,ସରୋଜିନୀ ବିଭାର ଏପରି ଅନେକ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଫୁଲ ତୋଡା ଦେଇ ସ୍ଵାଗଚ କରାଯାଇଥିଲା।ସମାଜ ସେବୀ ବିରେନ ସାଗର ମଞ୍ଚ ପରିଚାଳନା କରିଥିବା ବେଳେ ଦଳିତ ଆଦିବାସୀ ସଭାପତି ପ୍ରେମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ ,୧୫/୪/୨୦୨୨----୪,୧୫
Sakhigopal News,15/4/2022