ଓଡିଶା ଧନୁଯାତ୍ରା ମହୋତ୍ସବର ଶୁଭ ଖୁଣ୍ଟି ସ୍ଥାପନ
Auspicious auspicious occasion of Odisha Archery Festival.
ଜଟଣୀ --ଆଜି ପବିତ୍ର ପଣା ସଂକ୍ରାନ୍ତି ରେ ପୂର୍ବ ଓଡିଶା ଧନୁଯାତ୍ରା ମହୋତ୍ସବ ଚଳିତବର୍ଷ ମହାଆଡମ୍ବର ରେ ପାଳନ କରାଯିବା ପାଇଁ ମହୋତ୍ସବ ର ନୂତନ କର୍ମକର୍ତ୍ତାଙ୍କ ଦ୍ବାରା ନିଷ୍ପତ୍ତି ନିଆଯାଇଛି । ଜଗତରନାଥ ଜଗନ୍ନାଥଙ୍କ ପାଖରୁ ଆଜ୍ଞାମାଳ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗ୍ରାମର ଆରାଧ୍ଯ ଦେବ ଶ୍ରୀ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିର ପରିକ୍ରମା କରି ଧନୁଯାତ୍ରା ପଡିଆ ପାତ୍ରପଡା ଠାରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ନୂତନ ସଭାପତି- ମନମୋହନ ରାଉତରାୟ ,ଉପସଭାପତି- ଅଭିମନ୍ୟୁ ପ୍ରଧାନ ସମ୍ପାଦକ-ଅଶୋକ ମଙ୍ଗରାଜ, ସହସଂପାଦକ-ଜୟନ୍ତ ପଲେଇ ଓ କୋଷାଧ୍ୟକ୍ଷ-କେଳୁଚରଣ ସାହୁ ଙ୍କ ସହ କର୍ତ୍ତା -ବାଇଧର ପ୍ରଧାନ ଓ ଅନୁଷ୍ଠାନର ସମସ୍ତ ସଭ୍ଯ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୪/୨୦୨୨---୪,୧୦ Sakhigopal News,15/4/2022