Breaking News

ସତ୍ୟବାଦୀ ରେ ବିଷୁବ ମିଳନ ସହିତ କବିତା ଆସର

Poetry comes with eclipses in truth
ସାକ୍ଷୀଗୋପାଳ-----ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ସତ୍ୟବାଦୀ ଭାରତ ବିକାଶ ପରିଷଦ ଓ ଉତ୍କଳମଣି ଗୋପବନ୍ଧୁ ମିଶନ ଓ ସେବା ଅନୁଷ୍ଠାନ ତରଫରୁ ବିଷୁବ ମିଳନ ସହିତ କବିତା ଆସର ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ  ଭାରତ ବିକାଶ ପରିଷଦ ର ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର  । ଅନ୍ୟତମ ଅତିଥି ଭାବେ  ସତ୍ୟବାଦୀ ଦାଶ, ରବିନ୍ଦ୍ର କୁମାର ଷଡଙ୍ଗୀ, ନବଘନ ଶତପଥୀ, ରବିନ୍ଦ୍ର ନାଥ ପଟ୍ଟନାୟକ, କବି ଦିଲ୍ଲିପ ସେନାପତି, କୃଷ୍ଣ ମୋହନ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଜିର ପବିତ୍ର ଦିନରେ  ଓଡ଼ିଆ ମାନଙ୍କର  ପ୍ରଥମ ଦିବସ ଏହା ପୁଣି ମହାବୀର ହନୁମାନ ଙ୍କ ଜନ୍ମ ଦିବସ, ଏହାକୁ ଓଡ଼ିଆ ଜାତିର ପୂଣ୍ଯତିଥି ଭାବରେ ପରିଚିତ। ଏହି ଅବସରରେ ବିଭିନ୍ନ ସ୍ଥାନରୁ ଆସିଥିବା କବି ଓ କବୟତ୍ରୀ ମାନେ ଯୋଗ ଦେଇ ସ୍ବରଚିତ କବିତାମାନ ପାଠ କରିଥିଲେ । କବି ମାନସ ପଟ୍ଟନାୟକ କାର୍ଯ୍ୟକ୍ରମ କୁ  ସଂଯୋଜନା କରିଥିଲେ ।  ଶିକ୍ଷକ ବିଜୟ କୁମାର ପରିଉଡ଼ା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।  ଭାରତ ବିକାଶ ପରିଷଦ ର ସତ୍ୟବାଦୀ ଶାଖାର ସଚିବ ନବଘନ ଶତପଥୀ ଧନ୍ୟବାଦ ଦେଇଥିଲେ । 
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୪/୨୦୨୨---- ୮,୧୫ Sakhigopal News,14/4/2022

Blog Archive

Popular Posts