ସତ୍ଯବାଦୀ ବ୍ଲକରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ; ୬୪ଟି ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଶୂନ୍ୟ
ସାକ୍ଷୀଗୋପାଳ ---- ପୁରୀ ଜିଲା ସତ୍ଯବାଦୀ ବ୍ଲକର ସଦଭାବନା ସଭାଗୃହରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ୬୪ ଗୋଟି ବିଭିନ୍ନ ପଞ୍ଚାୟତରୁ ଅଭିଯୋଗ ଆସିଥିବା ବେଳେ ଗୋଟିଏ ବି ଅଭିଯୋଗ ବିଚାର ହୋଇପାରିଲା ନାହିଁ। ଏହି ଜନଶୁଣାଣୀକୁ ଲୋକମାନେ ଏକ ପ୍ରହସନ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ଅଭିଯୋଗ ଶୁଣାଣୀ ରେ ପୁରୀ ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ବେହେରା ଯୋଗଦେଇ ଥିଲେ । ଗ୍ରାମାଞ୍ଚଳରେ ରହିଥିବାସର୍ଭେ କାମ ଠିକ୍ ହୋଇନାହିଁ । ତେଣୁ ପୁନର୍ବାର ସର୍ଭେ କରିବାକୁ ଅଭିଯୋଗ କରିଥିଲେ । ସେହିପରି ମହୁରା ଗ୍ରାମପଞ୍ଚାୟତ ର ରୀନାରାଣି ପରିଡ଼ା ଆବାସ ଯୋଜନା ସଂପର୍କରେ , ଦୁଗଲ ଗ୍ରାମପଞ୍ଚାୟତ ଦଳିତ ବସ୍ତି ରୁ ଜାଗୁଳାଇ ପୀଠ ପର୍ଯ୍ୟନ୍ତ ରାସ୍ତା ମରାମତି ସମ୍ବନ୍ଧରେ , ବୀର ରାମଚନ୍ଦ୍ର ପୁର ଗ୍ରାମପଞ୍ଚାୟତର ସ୍ୱାଗତିକା ମିଶ୍ର ତାଙ୍କର ଭତ୍ତା ସମ୍ୱନ୍ଧୀୟ ଅଭିଯୋଗ , ମଧୁବନ ପଞ୍ଚାୟତ ବାଣପୁର ଗ୍ରାମର ବିଧବା ଭତ୍ତା ପାଇବା ପାଇଁ ଅଭିଯୋଗ କରିଥିଲେ ଓ ନରେନ୍ଦ୍ର ପୁର ପଞ୍ଚାୟତ ପୂତ ସମିତି ସଭ୍ଯ ପ୍ରଶାନ୍ତ କୁମାର ମହାପାତ୍ର ପାନୀୟଜଳ ଯୋଗାଣ ଅବ୍ଯବସ୍ଥା ସଂପର୍କରେ ଅଭିଯୋଗ କରିଥିଲେ । ଉପସ୍ଥିତ ବିଭାଗୀୟ ଅଧିକାରୀ ମାନେ ଅଭିଯୋଗ ଗୁଡିକ ଗ୍ରହଣ କରି ପଦକ୍ଷେପ ନେବେ ଜନ ସମସ୍ଯା ଗୁଡିକର ତ୍ୱରିତ ସମାଧାନ କରାଯିବା ପାଇଁ ଏହି ଜନଶୁଣାଣି କରାଯାଉଛି ବୋଲି ଅତିରିକ୍ତ ଜିଲାପାଳ କହିଥିଲେ । ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକମାନେ ସେମାନଙ୍କର ଅଭିଯୋଗ ଗୁଡିକ ଅଧିକାରୀ ମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ । ବିଶେଷ କରି ସୁଭଦ୍ରା ଯୋଜନାରେ ଦେଖା ଦେଇଥିବା ଅସୁବିଧା ସଂପର୍କରେ ଅଭିଯୋଗ ମହିଳା ମାନେ ଉପସ୍ଥାପିତ କରିଥିଲେ । ଯେଉଁପରି ବଞ୍ଚିଥିବା ମହିଳା ମୃତ ଠିକ୍ ସେହିପରି ଜମି ନଥିବା ମହିଳା ମାନଙ୍କ ନାମରେ ୫ରୁ୭ ଏକର ବିଲ ଅଛି ବୋଲି ସୁଭଦ୍ରା ଯୋଜନା କହୁଛି ବୋଲି ଅଭି ଯୋଗ ହୋଇଥିଲା। ସେହିପରି ରାସନ କାର୍ଡ , ପାନୀୟଜଳ ଯୋଗାଣ ସମସ୍ଯା , ଅନ୍ତୋଦୟ ଆବାସ ଯୋଜନା , ରାସ୍ତାଘାଟ ମରାମତି , ଆର ଡି , କ୍ରୁଷି ବିଭାଗ , ଉଦ୍ୟାନ କ୍ରୁଷି , ବିଜୁଳି ବିଭାଗ ପକ୍ଷରୁ ବାରମ୍ବାର ଲାଇନ କାଟ , ବାର୍ଧକ୍ୟ ଭତା , ବିଧବା ଭତା , ଭିନ୍ନକ୍ଷମ ଭତା ପ୍ରମୁଖ ବିଷୟଗୁଡ଼ିକ ସଂପର୍କରେ ଅଭିଯୋଗ ଆସିଥିବା ଜଣାପଡିଛି । ଏହି ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ଉପଜିଲାପାଳ ରାଜକିଶୋର ଜେନା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ , ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ ଅମିୟ କୁମାର ଶତପଥୀ , ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା , ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ , ମଣ୍ଡଳ ଉନ୍ନୟନ ଅଧିକାରୀ ଦେବାଶିଷ ନାୟକ , ଏସଡିପିଓ ଦେବାଶିଷ ମିଶ୍ର , ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ପଞ୍ଚାନନ ପରିଜା , ସତ୍ଯବାଦୀ ଆଇଆଇସି ବିଜୟ କେତନ ବେହେରା ଓ ବ୍ଲକର କର୍ମଚାରୀ ମାନେ ଜନଶୁଣାଣି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସ ଜନସାଧାରଣଙ୍କ ସମସ୍ଯା ଗୁଡିକର ତ୍ୱରିତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ବେହେରା ନିର୍ଦ୍ଦେଶ ଦେଇଥିଲେ । ବୀର ରାମଚନ୍ଦ୍ରପୁର ପଞ୍ଚାୟତର ସବୁଜ ମିଶ୍ର ଆବାସ ଯୋଜନାରେ କରାଯାଇ ଥିବା ସର୍ଭେ କାମ ଠିକ୍ ହୋଇନାହିଁ । ତେଣୁ ପୁନର୍ବାର ସର୍ଭେ କରିବାକୁ ଅଭିଯୋଗ କରିଥିଲେ ।ସର୍ଭେ କାମ ଠିକ୍ ହୋଇନାହିଁ । ତେଣୁ ପୁନର୍ବାର ସର୍ଭେ କରିବାକୁ ଅଭିଯୋଗ କରିଥିଲେ । ସେହିପରି ମହୁରା ଗ୍ରାମପଞ୍ଚାୟତ ର ରୀନାରାଣି ପରିଡ଼ା ଆବାସ ଯୋଜନା ସଂପର୍କରେ , ଦୁଗଲ ଗ୍ରାମପଞ୍ଚାୟତ ଦଳିତ ବସ୍ତି ରୁ ଜାଗୁଳାଇ ପୀଠ ପର୍ଯ୍ୟନ୍ତ ରାସ୍ତା ମରାମତି ସମ୍ବନ୍ଧରେ , ବୀର ରାମଚନ୍ଦ୍ର ପୁର ଗ୍ରାମପଞ୍ଚାୟତର ସ୍ୱାଗତିକା ମିଶ୍ର ତାଙ୍କର ଭତ୍ତା ସମ୍ୱନ୍ଧୀୟ ଅଭିଯୋଗ , ମଧୁବନ ପଞ୍ଚାୟତ ବାଣପୁର ଗ୍ରାମର ବିଧବା ଭତ୍ତା ପାଇବା ପାଇଁ ଅଭିଯୋଗ କରିଥିଲେ ଓ ନରେନ୍ଦ୍ର ପୁର ପଞ୍ଚାୟତ ପୂତ ସମିତି ସଭ୍ଯ ପ୍ରଶାନ୍ତ କୁମାର ମହାପାତ୍ର ପାନୀୟଜଳ ଯୋଗାଣ ଅବ୍ଯବସ୍ଥା ସଂପର୍କରେ ଅଭିଯୋଗ କରିଥିଲେ । ଉପସ୍ଥିତ ବିଭାଗୀୟ ଅଧିକାରୀ ମାନେ ଅଭିଯୋଗ ଗୁଡିକ ଗ୍ରହଣ କରି ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀରେ କୃଷି, କୃଷି ବିଜ୍ଞାନ କେନ୍ଦ୍ର, ଉଦ୍ୟାନ କୃଷି, ମତ୍ସ୍ୟ ସମ୍ପଦ, ଜଳସେଚନ ସତ୍ୟବାଦୀ, ନିମାପଡ଼ା, ବଳଙ୍ଗା, ଆରଡ଼ି, ପିଡ୍ଯୁ, ବିଦ୍ୟୁତ, ଅବକାରୀ, ଜଙ୍ଗଲ ବିଭାଗ, ଶିକ୍ଷା , ମହିଳା ଶିଶୁ ବିକାଶ ପ୍ରମୁଖ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୮/୨୦୨୫----୧୦,୨୦ Sakhigopal News,18/8/2025