ସ୍ୱାଧୀନତା ଦିବସରେ ଦେଶ ଭକ୍ତିର ଉତ୍ସବ
ଜଟଣୀ :- ଦେଶଭକ୍ତିର ଉତ୍ସାହ ଓ ଏକତାର ସନ୍ଦେଶ ସହିତ ପିପଲ୍ ଫର୍ ସୋସାଇଟି ପକ୍ଷରୁ ଜଟଣୀ ଟାଉନ୍ହଲ୍ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ବିଜେପି ଓଡ଼ିଶାର ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ତାଙ୍କ ସହିତ ଗେଷ୍ଟ ଅଫ୍ ଅନର୍ ଭାବେ ସେଞ୍ଚୁରିଅନ୍ ୟୁନିଭର୍ସିଟି ସଂସ୍ଥାପକ ମୁକ୍ତିକାନ୍ତ ମିଶ୍ର, ହିନ୍ଦୁ ଜାଗରଣ ମଞ୍ଚ ସଂଯୋଜକ ତନ୍ମୟ ଦାସ, ମେଟ୍ରୋ ଗ୍ରୁପ୍ ନିର୍ଦ୍ଦେଶକ ପୀୟୁଷ ମହାନ୍ତି, ଜି.ଡି. ଗୋଏଙ୍କା ସ୍କୁଲ୍ ଅଧ୍ୟକ୍ଷ ଅମିତ ମିଶ୍ର ଓ ହାଇ-ଟେକ୍ ଗ୍ରୁପ୍ ନିର୍ଦ୍ଦେଶକ ସନ୍ତୋଷ ଚୌଧୁରୀ ଯୋଗଦେଇଥିଲେ ।
ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଛ୍ଚ ଓ ସମ୍ମାନଚିହ୍ନ ଦ୍ୱାରା ସ୍ୱାଗତ କରାଯାଇଥିଲା । ମୁଖ୍ୟ ଅତିଥି ଅନିଲ ବିଶ୍ୱାଳ ତାଙ୍କ ଉଦ୍ବୋଧନରେ କହିଥିଲେ – “ସ୍ୱାଧୀନତାର ସତ୍ୟ ଅର୍ଥ କେବଳ ୧୫ଅଗଷ୍ଟରେ ପତାକା ଉତ୍ତୋଳନ କରିବା ନୁହେଁ, ପରବର୍ତ୍ତୀ ପିଢ଼ୀଙ୍କୁ ଦାୟିତ୍ୱବାନ୍, ସଚେତନ ଓ ସାମାଜିକ ଭାବେ ସୁଦୃଢ଼ କରିବା ହେଉଛି ସମସ୍ତଙ୍କ ପ୍ରଥମ କର୍ତ୍ତବ୍ୟ ।”
ପରବର୍ତ୍ତୀକାଳରେ ଦେଶଭକ୍ତି ରିଲ୍ ମହୋତ୍ସବର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ନୃତ୍ୟଶ୍ରୀ ଦଳଙ୍କ ପକ୍ଷରୁ ଦେଶଭକ୍ତିମୂଳକ ନୃତ୍ୟ, ଓଡ଼ିଶାର ଲୋକନୃତ୍ୟ ଓ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ ଉପସ୍ଥାପନ କରାଯାଇଛି । ସଭାର ଶେଷରେ ପିପଲ୍ ଫର୍ ସୋସାଇଟିର ବରିଷ୍ଠ ସଦସ୍ୟ ଓ ସମାଜସେବୀ ଶୁଭ୍ରାଂଶୁ ଶେଖର ଜେନା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟ କ୍ରମ ରେ ସ୍ଥାନୀୟ ନାଗରିକ, ଯୁବସମାଜ ଓ ଶିଶୁମାନେ ବିଶେଷ ଉତ୍ସାହର ସହିତ ଯୋଗଦେଇଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୮/୨୦୨୫-----୯,୩୦ Sakhigopal News,16/8/2025