୮୦କେଜି ଗଞ୍ଜେଇ ସହ କାର ଜବତ ୨ ଅଭିଯୁକ୍ତ ଗିରଫ : ଅଳ୍ପକେ ବତ୍ତିଲେ ଅଧିକାରୀ ଓ କର୍ମଚାରୀ
ଭଞ୍ଜନଗର-- କନ୍ଧମାଳ ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଭଞ୍ଜନଗର ଅବକାରୀ ବିଭାଗ ଖବର ପାଇ ଶନିବାର ଅପରାହ୍ନରେ ୮୦ କେଜିରୁ ଉର୍ଦ୍ଧ ଗଞ୍ଜେଇ ସହ ଏକ କାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ରବିବାର କୋର୍ଟ ଚାଲାଣ କରାଯାଇଥିବା ଏସଆାଇ ଅଲ୍ଲିଭା ମାଝି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଇଲାକାର ବିରେନ୍ କୁମାର ତ୍ରିପାଠୀ ଓ ଜୁନାସ ନାଇକ । ଶନିବାର ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଭଞ୍ଜନଗର ଫୁଲବାଣୀ ରାସ୍ତାର ନିଧୂଆପଲ୍ଲୀ ଛକରେ ପେଟ୍ରୋଲିଂ କରୁଥିଲୋଏହି ସମୟରେ ଏକ କାର୍ ସେହି ରାସ୍ତା ଦେଇ ଦ୍ରୁତ ଗତିରେ ଯାଉଥିଲା। ଅବକାରୀ ଟିମ୍ ର ସନ୍ଦେହ ହେବାରୁ ପେଟ୍ରୋଲିଂ ଟିମ୍ ଗାଡିଟିକୁ ପିଛା କରିଥିଲେ । ସହର ଉପକଣ୍ଠ ଶ୍ରୀରାମ ନଗର ନିକଟରେ ଅବକାରୀ ଟିମ୍ ର ଗାଡିକୁ ଗଞ୍ଜେଇ ଭର୍ଭି ଥିବା କାର ଟି ଧକ୍କା ଦେଇଥିଲା ପରେ ଅବକାରୀ ଟିମ୍ ଗାଡିକୁ କାବୁ କରିବା ସହ ଯାଞ୍ଚ କରିଥିଲ । ଯାଞ୍ଚ ସମୟରେ ସେଥୁରୁ ଗଞ୍ଜେଇ ଭର୍ତ୍ତି ବହୁ ପ୍ୟାକେଟ ମିଳିଥିଲା । ଜବତ ଗଞ୍ଜେଇ କୁ ମାଜିଷ୍ଟ୍ରେଟ ତଥା ଭାରପ୍ରାପ୍ତ ତହସିଲଦାର ଅବିନାଶ କୁମାର ମାହାର ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଜବତ ହୋଇଥିବା ଗଞ୍ଜେଇ ୮୦ କେଜିରୁ ଉର୍ଦ୍ଧ ହୋଇଥିବା ବେଳେ ତାହା ଲକ୍ଷଧୂକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଯାଞ୍ଚ ସମୟରେ ଅବକାରୀ ନିରିକ୍ଷୀକ ଡମ୍ବରୁଧର ହରିଜନ, ଥାନା ଅଧୂକାରୀ ଅଲିଭା ମାଝୀ, ଏସଆଇ ବହୁମୁଲ୍ୟ ପରିଚ୍ଛାଙ୍କ ସମେତ ଅବକାରୀ କର୍ମଚାରୀ ସନାତନ ନାହାକ, ଜଗନ୍ନାଥ ମହାପାତ୍ର, ଶୁବଳ ପ୍ରଧାନ, କୃଷ୍ଣ ସେଠୀ, ଦିପ୍ତିରଞ୍ଜନ ସାହୁ ସାମିଲ ଥିଲୋ।ଅବକାରୀ ଅଧିକାରୀ ଓ କର୍ମଚାରୀମାନେ ଏକ ବୋଲେରେ ପିଛା କରୁଥିବା ବେଳେ ଗଞ୍ଜେଇ ବୋଝେଇ କାରଟି ଅବକାରୀ ବୋଲେରକୁ ଧକ୍କା ଦେବାରୁ ଅଳ୍ପକେ ଦୁଘର୍ଟଣାରୁ ବତ୍ତି ଯାଇଥିଲେ । ମାତ୍ର ଗଞ୍ଜେଇ ବେଝେଇ କାରଟିକୁ ଧରିବାରେ ସଫଳ ହେଇଛି ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୭/୮/୨୦୨୫----୧୨,୨୦ Sakhigopal News,17/8/2025