Breaking News

ବେପରୁଆ କାର୍ ଚଳାଇ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍ଥାନୀୟ ଲୋକେ


ଭଞ୍ଜନଗର- ----ଦୋକାନ ଭିତରକୁ ମାଡ଼ିଗଲା କାର । ସିରିଜ୍ ଦୁର୍ଘଟଣା ଘଟାଇ ଏକା ସାଙ୍ଗରେ ୪ ବାଇକ୍ ଏବଂ ଗୋଟିଏ ଅଟୋ କୁ ଧକ୍କା ଦେଲା । ପରେପରେ ରାସ୍ତା କଡ଼ରେ ରହିଥିବା ଗୋଟିଏ ଟ୍ରକ୍ କୁ ମଧ୍ୟ ଧକ୍କା ଦେଇଥିଲା । ଗୋଟିଏ ଅଟୋ ଏବଂ ଦୁଇଟି ବାଇକ୍ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ, କୈ।ଣସି ଲୋକ  ଆହତ ହୋଇନାହାନ୍ତି । କେବଳ କାର୍ ଡ଼୍ରାଇଭର ହିଁ ଆହତ ହୋଇ, ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହୋଇଛି ।  ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ବଜାର ଉପରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଓଡି ୩୩ ଏସ୍ ୭୪୯୩ ନମ୍ବର କାର୍  ଟି ବ୍ରହ୍ମପୁର ରୁ ଭଂଜନଗର ଅଭିମୁଖେ ଯାଉଥିଲା । ଡ଼୍ରାଇଭର ଜଣକ କହିବା ପ୍ରକାରେ ଆଖି ଲାଗିଯିବାରୁ ଏଭଳି ସିରିଜ୍ ଦୁର୍ଘଟଣା ଘଟିଲା । ତେବେ ଖବର ପାଇ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସମସ୍ତ ଗାଡି ଗୁଡ଼ିକୁ ଜବତ କରିବା ସହ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୯/୮/୨୦୨୫--୯,୨୫ Sakhigopal News,19/8/2025

Blog Archive

Popular Posts