Breaking News

ଡକାୟତି ଯୋଜନା କରୁଥିବାବେଳେ ୫ ଗିରଫ, ମାରଣାସ୍ତ୍ର ସହ କାର୍ ଜବତ


ଭଞ୍ଜନଗର ---- ଡକାୟତି ଯୋଜନା କରୁଥିବାବେଳେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗାଙ୍ଗପୁର ଥାନା ପୋଲିସ । ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର, କାତି, ମଦ ବୋତଲ, ୫ ଟି ମୋବାଇଲ, ଏବଂ ଓଡି ୧୪ - ୬୮୫୪ ନମ୍ବର  ଏକ କାର୍ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ସଂଜୟ ବେହେରା, ଆକାଶ ବେ‌ହେରା, ଅନିଲ୍ ବେହେରା, ରାଜା ବେହେରା ଏବଂ ପପୁନ୍ ପଣ୍ଡା ବୋଲି ଗାଙ୍ଗପୁର ଥାନାଧିକାରୀ ସୂଚନା ଦେଇଛନ୍ତି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୦/୮/୨୦୨୫----୮,୫୫ Sakhigopal News,20/8/2025

Blog Archive

Popular Posts