Breaking News

ରାମଲୀଳର ହନୁମାନଙ୍କୁ ଶିକ୍ଷା ସ୍ରୋତରେ ସାମିଲିକଲା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ

  


କଣାସ---- କଣାସ ବ୍ଲକ ଗଡବଡପୁଟ ଗ୍ରାମପଞ୍ଚାୟତର  ମା କାମେଶ୍ଵରି ମାରୁତି ନାଟ୍ୟ ପରିଷଦ ବାଦଲ ପୁର କଣାସ ର ହନୁମାନ ଅଭିନେତା ।  ବାଜିଲେ ବିର ହନୁମାନ ଙ୍କ ଆକର୍ଷଣୀୟ ଅଭିନୟରେ ବିମୁଗ୍ଧ ହୋଇଯାଆନ୍ତି ରାମାୟଣ ପ୍ରେମୀ । ପ୍ରଶଂସାରେ ପୋତି ହୋଇଯାଏ ତାଙ୍କର ଅଭିନୟ । କିନ୍ତୁ ମୁହଁରୁ ରଂଗ ପୋଛିଦେଲେ ମନକୁ ଭାରାକ୍ରାନ୍ତ କରିଦିଏ  ପରିବାର ପ୍ରତି ପୋଷଣ ର ଚିନ୍ତା। ୧୭ ବର୍ଷର ବାଳକ ଜ୍ୟୋତି ପ୍ରକାଶ ର ଏ ବୟସରେ କାନ୍ଧରେ ବସ୍ତାନି ବଦଳରେ ପରିବାର ର ବୋଝରେ ଆଜି ମରିଯାଇଥିଲା ପାଠ ପଢିବା ର ନିଶା। ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଗଡବଡ଼ପୁଟ ଗ୍ରାମ ପଞ୍ଚାୟତ ବାଦଲ ପୁର ଗାଁ ର ସ୍ବର୍ଗତ ଗୌତମ ଖଟାଇ ୨୦୧୩ ମସିହାରେ ବନ୍ୟାରେ ବିପର‌୍ୟ୍ୟସ୍ତ ବିଦ୍ୟୁତ୍ ସେବା ଠିକ୍ କରିବାପାଇଁ ଅନ୍ୟ ଯୁବକମାନଙ୍କ ସହ କାର‌୍ୟ୍ୟ କରୁଥିବାବେଳେ ବିଦ୍ୟୁତ୍ ଆଘାତ ରେ ପ୍ରାଣତ୍ୟାଗ କଲେ । ସେତେବେଳେ ପୁଅ ଜ୍ୟୋତିପ୍ରକାଶ ପ୍ରଥମ ଶ୍ରେଣୀରେ ପାଠ ପଢିଥିଲେ। ସାନ ଭଉଣୀ ମା ପ୍ରଭାତୀ ଙ୍କ କୋଳରେ । ପରିବାରର ପ୍ରତିପୋଷଣ ଚିନ୍ତାରେ ମ୍ରିୟମାଣ ପ୍ରଭାତୀ ବହୁତ୍ କଷ୍ଟରେ ପିଲାମାନଙ୍କୁ ପାଠ ପଢାଇ ଥିଲେ । କିନ୍ତୁ ଦିନକୁ ଦିନ ସମସ୍ୟା ଗୁରୁତର ହେବାରୁ ବାରଦା ବାଦଲ ପୁର ଉଚ୍ଚ ବିଦ୍ୟାଳୟ ରେ ୧୦ ମ ଶ୍ରେଣୀ ରେ ପଢୁଥିବା ଜ୍ୟୋତିପ୍ରକାଶ ର ପାଠ ରେ ଡୋରି ବନ୍ଧାହେଲା । ପାଠ ପଢି ଭବିଷ୍ୟତରେ ପରିବାର କୁ ସୁଦୃଢ କରିବାକୁ ଆଶା ରଖି ଥିବା ଜ୍ୟୋତି ପ୍ରକାଶ ପାଠ ଛାଡ଼ି ଯୋଗ ଦେଲା ରାମଲୀଳା ଦଳରେ।

    ଗତ ଶିକ୍ଷା ବର୍ଷରେ ଡ୍ରପ ଆଉଟ୍ ରେ ନାମ ଥିବା ଜାଣି ବାରଦା ବାଦଲ ପୁର ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଭୂପତି ଭୂଷଣ ତ୍ରିପାଠୀ  ଜ୍ୟୋତି ଓ ତାଙ୍କ ପରିବାର ସହ ବିଦ୍ୟାଳୟକୁ ଫେରାଇ ଆଣିବାପାଇଁ ବାରମ୍ବାର ପ୍ରଚେଷ୍ଟା କରି ଥିଲେ ମଧ୍ୟ ଜ୍ୟୋତି କୌଣସି ମତେ ରାଜି ହୋଇ ନ ଥିଲା । ମୁହଁରେ ରଙ୍ଗ ବୋଲିଥିବା ରୁ ପାଠ ଆଉ ସମ୍ଭବ ନୁହେଁ ବୋଲି କଥାକୁ ଏଡାଇ ଯାଉଥିବା ଜ୍ୟୋତି ଆଜି ୧୦ ଶ୍ରେଣୀ ପରୀକ୍ଷା ଦେବାପାଇଁ ନାମଲେଖାଇଛି କଣାସ ବ୍ଲକ୍ ର ସରକାରୀ ଉଚ୍ଚ ବିଦ୍ୟାଳୟ ରାଜ୍ୟ ମୁକ୍ତ ବିଦ୍ୟାଳୟ ନାମଲେଖା କେନ୍ଦ୍ରରେ। ତାର ମନରେ ପାଠ ପ୍ରତି ପୁନଶ୍ଚ ଆଗ୍ରହ ର ପ୍ରେରଣା ସାଜିଛି ତା ସୀନଭଉଣି ୧୦ ମ ଶ୍ରେଣୀର ଛାତ୍ରୀ କାବେରୀ । କଣାସ ବ୍ଲକ୍ ସହ ଶିକ୍ଷା ଅଧିକାରୀ ନାରାୟଣ ପ୍ରଧାନ, କଣାସ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଲେଖା ମହାପାତ୍ର ଓ ସାଧନ କେନ୍ଦ୍ର ସଂଯୋଜକ ଭୂପତି ଭୂଷଣ ତ୍ରିପାଠୀ ଙ୍କ ଉପସ୍ଥିତିରେ ଜ୍ୟୋତି ପ୍ରକାଶ ଆଜି ନାମ ଲେଖାଇ ଶିକ୍ଷା ସ୍ରୋତକୁ ଫେରି ଆସିଥିବାରୁ ଶିକ୍ଷା ପ୍ରେମୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି। 


କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୧/୮/୨୦୨୫---୮,୨୫   Sakhigopal News, 21/8/2025-


Blog Archive

Popular Posts